Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
ତା୧୦-୦୫-୨୦୧୯ ଶୁକ୍ରବାର
ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ 
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୦ ଶୁକ୍ରବାର ମେଷ ୨୭ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୯ଟା ପର‌୍ୟ୍ୟନ୍ତ ଏହା ପରେ କର୍କଟ ଚନ୍ଦ୍ର ଭୋଗ ହେବ
ବିଛା ଧନୁ ମୀନ ରାଶିର ଘାତ ବାର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ
ଆପଣଙ୍କ କଥା ଓ କାର‌୍ୟ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରାଇବ। ସକାଳୁ ସକାଳୁ ଭ୍ରମଣର
ଯୋଗ ରହିଛି । , ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖା ଦେଇପାରେ ।
ପ୍ରତିକାର:ହନୁମାନଙ୍କ ପାଖରେ ରାଶି ତେଲ ଦୀପଟିଏ ଜାଳନ୍ତୁ

ବୃଷ
ପାରିବାରିକକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । କର୍ମ କ୍ଷେତ୍ରରେ ନୂତନ ଦାୟିତ୍ବ ନେବେ । ଯାତ୍ରା, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ ।
ପ୍ରତିକାର: ସାତଟି ତ୍ରିଶାଖା ବେଲପତ୍ର ମହାମୃତ୍ୟୁଞ୍ଜଯ ଯନ୍ତ୍ରରେ ଶିବଙ୍କୁ ଚଢାନ୍ତୁ

ମିଥୁନ
ଅପ୍ରିୟସତ୍ୟ ଭାଷଣ ଜନିତ ବନ୍ଧୁଙ୍କ ସହ କଳହର ସୂଚନା ରହିଛ। ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିବେ।
ପ୍ରତିକାର:ଗୋଟିଏ କାଗେଜି ଲେମ୍ବୁ ନିଜ ପାଖରେ ରଖନ୍ତୁ
କର୍କଟ
ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ
ସହଯୋଗ ମିଳିବ । ଅଫିସ୍‌ କାମରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ ।
ପ୍ରତିକାର:ଓଁ ନମଃ ଶିବାଯ ମନ୍ତ୍ରୀଙ୍କ ୨୧ଥର
ଜପ କରନ୍ତୁ
ସିଂହ
ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ
ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିବ। କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ।
ପ୍ରତିକାର:ରୁଟି ଗୁଡି ଗାଈକୁ ଖାଇବାକୁ
ଦିଅନ୍ତୁ
କନ୍ୟା
ଆଜି ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ଉଦ୍ରେକ କରିବ। ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇ ପାରନ୍ତି।
ପ୍ରତିକାର:ପିତାମାତାଙ୍କ ପାରସ୍ପର୍ଶ କରି ପ୍ରଣାମ କରନ୍ତୁ
ତୁଳା
ପାରିବାରିକ ଜୀବନରେ କେତେକବ୍ୟତିକ୍ରମ
ଦେଖାଦେଇ ପାରେ ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲକରିବେମାଲିମକଦ୍ଦମାରେ
ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ପ୍ରତିକାର:ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ
ବିଛା
ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ଯାତ୍ରାରେ ସଫଳତା ହାସଲ କରିବେ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।

ପ୍ରତିକାର: ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ
ଧନୁ
ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରର ଦ୍ୱନ୍ଦ୍ୱ ଉପୁଜିପାରେ । ଚେଷ୍ଟା କରୁଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ ।
ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସୁ୍‌ଯୋଗ ସୃଷ୍ଟି ହେବ।

ପ୍ରତିକାର:ବନଦୁର୍ଗା ମନ୍ତ୍ରରେ ସାତଟି ମନ୍ଦାର
ଫୁଲ ମାଆ ମଙ୍ଗଳାଙ୍କୁ ଚଢାନ୍ତୁ

ମକର
ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ହେବା କଷ୍ଟକର ହେବ।ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ।

ପ୍ରତିକାର:ମାଆ କାଳୀଙ୍କୁ କର୍ପୂରର ଆଳତୀ କରି ଆଳତୀର କଳା ମଥାରେ ଲଗାନ୍ତୁ
କୁମ୍ଭ
ଆଜି ସକାଳୁ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି। ଖାଦ୍ୟପେୟର ଅନିୟମିତାତାଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ପ୍ରତିକାର:ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ
ମୀନ
ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ ।
ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ପ୍ରତିକାର:ନାରାୟଣଙ୍କ ବୀଜମନ୍ତ୍ର ୧୦୮ଥର
ଜପ କରନ୍ତୁ

ଜ୍ୟୋତିଷବାଣୀ:ଧନପ୍ରାପ୍ତି ପାଇଁ ସରଳ ପ୍ରତିକାର
ପ୍ରତିଦିନ ଅଁଳା ଗଛକୁ ପୂଜା କରିବା
ସହ ଲକ୍ଷ୍ମୀଙ୍କ ଦଶ ନାମକୁ ଦଶଥର ଜପ କରନ୍ତୁ

 

Comments are closed.