Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୪-୦୫-୨୦୨୦ ଗୁରୁବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମଇ ତା୧୪ ରିଖ ଗୁରୁବାର ବୃଷ ୧ ଦିନ ଜ୍ଯେଷ୍ଠ  ମାସ କୃଷ୍ଣ  ପକ୍ଷ ଅଷ୍ଟମୀ  ତିଥି  ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର
 ଘାତ ବାର-:  ତୁଳା ଓ କୁମ୍ଭ ରାଶିର    
 ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜି ବୃଷ ସଂକ୍ରାନ୍ତି 
ଆଜି:  ନଡିଆ  ଖାଇବା  ନିଷେଧ
ମେଷ  : 
ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।ପୂର୍ବରୁ ଲାଗିଥିବା ମାଲିମକଦମାର ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
ବୃଷ : 
କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ ।ଉଚ୍ଚ କର୍ମକର୍ତ୍ତା ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ।ବିଭିନ୍ନ ଦିଗରୁ ଅର୍ଥ ପାଇବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ।

ଅଧିକ ପଢନ୍ତୁ: ଘରର ପ୍ରବେଶ ଦ୍ୱାରରେ କାହିଁକି ଅଙ୍କାଯାଏ ସ୍ୱସ୍ତିକ ଚିହ୍ନ ?

ମିଥୁନ  :
ଯଗି ରଖି ଚଳନ୍ତୁ ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଦେଖା ଦେବ।ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ ।ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।
କର୍କଟ : 
ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ରାଜନୀତିଜ୍ଞମାନେ ସମାଲୋଚିତ ହୋଇପାରନ୍ତି ।କର୍ମ କ୍ଷେତ୍ରରେ  ନାନାପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ସିଂହ:
ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ଦେହ ମନ ସୁସ୍ଥ ରହିବ ।ଗୁପ୍ତ ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।
କନ୍ୟା  : 
ପାରିବାରିକ ସମସ୍ଯା ସମାଧାନ ହୋଇଯିବ ।ପିଲାମାନଙ୍କ ଉନ୍ନତିରେ ଖୁସି ହେବେ ।ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି ।ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।
ତୁଳା :
ପାରିବାରିକ ଓ ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଦେବ ଦର୍ଶନର ସୁଯୋଗ ରହିଛି ।
ବିଛା  :
ପରିବାରରେ ମନୋମାଳିନ ଦେଖା ଦେଇପାରେ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ।ଘରେ ବାହାରେ ସବୁଠାରେ ଅପମାନିତ ସମାଲୋଚିତ ହୋଇପାରନ୍ତି ।ଆଶା କରୁଥିବା ଦିଗରୁ ବିଫଳତା ଆଉ ହତାଶ ହେବେ ।
ଧନୁ: 
ଅଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ ।କୌଣସି ମହିଳା କିମ୍ବା ସ୍ତ୍ରୀ ଙ୍କ ପେରଣାରୁ ଉପକୃତ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।
ମକର : 
 ପୂର୍ବର ଅଶାନ୍ତି ଦୂରେଇ ଯିବ ।ଗୃହକୁ କୌଣସି ଆବଶ୍ୟକୀୟ ଉପକରଣ କ୍ରୟ କରିପାରନ୍ତି ।ଅଚାନକ ଧନ ଲାଭରଯୋଗ ରହିଛି ।କାର୍ଯ୍ୟ କ୍ଷେତ୍ରରେ ନୂତନ ନିଯୁକ୍ତି କିମ୍ବା ପଦୋନ୍ନତିର ଯୋଗ ରହିଛି ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ ।
କୁମ୍ଭ:
ଆଜି ଆପଣଙ୍କୁ  ସଫଳତା ମିଳିବ ।ଘରୋଇ ସମସ୍ଯା ଦୂରେଇ ଯିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ସୁସ୍ବାଦୁ ଭୋଜନ ମିଳିବ ।
ମୀନ :
ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ । ଆୟ   ଅପେକ୍ଷା ବ୍ଯୟ  ଅଧିକ ହେବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ବିଶାଦ ଗ୍ରସ୍ତ ହେବେ ।ଦୂର ଯାତ୍ରା କରନ୍ତୁ ନାହିଁ ଦୁର୍ଘଟଣା ଦେଖା ଦେଇପାରେ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.