Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୧୬-୬-୨୦୨୦ ମଙ୍ଗଳବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁନ୍  ୧୬ ରିଖ ମଙ୍ଗଳବାର  ମିଥୁନ ୨ ଦିନ ଆଷାଢ  ମାସ କୃଷ୍ଣ ପକ୍ଷ ଦଶମୀ ଭୁକ୍ତ  ଏକାଦଶୀ  ତିଥି   ଅଶ୍ବିନୀ  ନକ୍ଷତ୍ର ମେଷ   ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜି:   ଶିମ୍ବ  ଖାଇବା ନିଷେଧ
ମେଷ  :
 ମାନସିକ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ । ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଖୁସି ରହିବ । ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ । ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।
ବୃଷ :
 ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ ନାହିଁ । ଅପ୍ରିୟ କଥାବାର୍ତ୍ତା କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ମିଥୁନ  :
ପ୍ରତେକଟି ଦିଗରୁ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ । ମହିଳାମାନେ ଶାନ୍ତି ଅନୁଭବ କରିବେ ।
କର୍କଟ : 
ମାଲିମକଦମାରେ ବିଜୟୀ ହେବେ । ପୂର୍ବର ଶତୃମାନେ ପରାଜିତ ହେବେ । ସ୍ଵାଦିଷ୍ଟ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ରାଜନୀତିଜ୍ଞମାନେ ପ୍ରଶଂସନୀୟ ହେବେ ।
ସିଂହ : 
ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ । ଗୃହ ବିବାଦ ଭାତୃ ସମ୍ପର୍କକୁ ନେଇ ଚିନ୍ତିତ ହେବେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
କନ୍ୟା  :
ଶରୀର ଅସୁସ୍ଥ ଓ ମନ ଅସ୍ଥିର ରହିବ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଓ ବାଦବିବାଦ ଦେଖା  ଦେବ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।
ତୁଳା :
ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ । ପାରିବାରିକ ଜୀବନ ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ଓ ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ଯଶସ୍ବୀ ହେବେ ।
ବିଛା  : 
ନିଜ ଲୋକମାନଙ୍କ ସହ ହସ ଖୁସିରେ ଦିନଟି କଟାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ଧନ ଜନ ମାନ ସମ୍ମାନ ଏସବୁର ଅଧିକାରୀ ହେବେ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ଯାନବାହନ ଲାଭ ହେବ ।
ଧନୁ:
ବିବାଦୀୟ ଘଟଣାରେ ପରାଜୟ ହେବେ ।ଅପରାହ୍ନରେ କୌଣସି ଦୁଃଖ ପୂର୍ଣ୍ଣ  ଖବର ପାଇ ମନ ବିଶାଦ ଗ୍ରସ୍ତ ହେବ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
ମକର:
ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ଦେଖା ଦେବ । ମହିଳାମାନେ ପରିବାରରେ ଚିନ୍ତିତ ହେବେ । ଯାତ୍ରାରେ ସତର୍କତା ରୁହନ୍ତୁ ଯାତ୍ରା କଷ୍ଟ ଦାୟକ ହେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ । ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।
କୁମ୍ଭ:
ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ   ।ଯୋଜନାନୁଯାୟୀ କାମ କରି ସେଥିରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।
ମୀନ :
ଅପ୍ରିୟ ସତ୍ୟ କଥା କହି ଦୋଷି ସାବ୍ଯସ୍ତ ହୋଇପାରନ୍ତି । ମହିଳାମାନେ ଯଗି ରଖି ଚଳନ୍ତୁ ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଘରୋଇ କଳହ ଦେଖା ଦେବ । ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ । ବ୍ଯବସାୟରେ ସ୍ଥିରତା ରହିବ ନାହିଁ  ଯାହା ଫଳରେ ଧାର କରଜ କରିବେ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.