Latest Odisha News

କରୋନା ସହ ମୁକାବିଲା: ଏବେ ଅନଲାଇନ୍‌ରେ ହେବ ଅଭିଭାବକ ବୈଠକ !

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶା ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସ୍କୁଲ ଗୁଡ଼ିକ ବନ୍ଦ ରହିବା ଯୋଗୁଁ ପାଠପଢାରେ ନିଶ୍ଚିତ ଭାବେ ବ୍ୟାଘାତ ଘଟିଛି । ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ ଅନେକନିୟମରେ ପରିବର୍ତ୍ତନ କରାଯାଇଛି । ଗତ ୨ବର୍ଷ ହେହବ ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଶୈଳୀରେ ସଂସ୍କାର ଆଣିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିଭାବକ ବୈଠକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ତେବେ ପ୍ରତି କଲେଜରେ ଅଭିଭାବକମାନେ ବସି ବିଭିନନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ମତାମତ ମଧ୍ୟ ରଖୁଥିଲେ । ତେବେ ଏହି ବୈଠକ ଚଳିତବର୍ଷ ଅନ୍‌ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ । ପ୍ରତି ରବିବାର ସକାଳ ୧୦ଟାରୁ ୧୧ଟା୩୦ ପର୍ଯ୍ୟନ୍ତ ବୈଠକ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ସମ୍ପୃକ୍ତ ଜୁନିୟର କଲେଜଗୁଡିକର ଅଧ୍ୟକ୍ଷମାନେ ଅଧ୍ୟକ୍ଷତା କରିବେ । କରୋନା ସମସ୍ୟା ଲାଗି ପାଠପଢ଼ା ବ୍ୟବସ୍ଥା, ପାଠପଢ଼ା କ୍ଷେତ୍ରରେ ଅଗ୍ରଗତି, ଅତିରିକ୍ତ ପାଠପଢ଼ା, ଅନ୍‌ଲାଇନ୍ ମାଧ୍ୟମରେ ପାଠପଢ଼ାର ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ଅଭିଭାବକମାନେ ମଧ୍ୟ ସେମାନଙ୍କର ମତାମତ କଲେଜର ଅଧ୍ୟକ୍ଷଙ୍କୁ ଦେଇପାରିବେ ।

ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୨୦୬୦ଟି ଜୁନିୟର କଲେଜ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନ ପରିଚାଳିତ ହେଉଛି । ରାଜ୍ୟରେ ଯେପରି ପ୍ରଥମରୁ ଦଶମ ଶ୍ରେଣୀ ସମଗ୍ରଶିକ୍ଷା ଯୋଜନାରେ ରହିଛି ସେହିପରି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ସାମିଲ କରିବାକୁ ସରକାର ଉଦ୍ୟମ କରୁଥିବା ବେଳେ ଏହି ଯୋଜନାରେ ମଧ୍ୟ ଜୁନିୟର କଲେଜର ବିକାଶ ଲାଗି ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହେବ ।

Leave A Reply

Your email address will not be published.