Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

BjdElectrycity

ତା ୧୭-୦୪-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ମାସ  ତା ୧୭ ରିଖ ଶୁକ୍ରବାର ମେଷ ୫ ଦିନ  ବୈଶାଖ ମାସ କୃଷ୍ଣ ପକ୍ଷ  ଦଶମୀ  ତିଥି  ଧନିଷ୍ଠା  ନକ୍ଷତ୍ର ମକର   ଦିନ ୧୨ଘ ୨୦ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର  ଭୋଗ ହେବ
ଘାତ ବାର :- ବିଛା ଧନୁ ଓ ମୀନ ରାଶିର   
ଘାତ ଚନ୍ଦ୍ର:- ସିଂହ ରାଶି  ପୁରୁଷଙ୍କର
ଆଜି: କଳମ୍ବୀ ଶାଗ ଖାଇବା ନିଷେଧ
ମେଷ
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନରେ ସ୍ନେହ
ଶ୍ରଦ୍ଧା  ମମତା ଅତୁଟ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ଖ୍ୟାତି ଅର୍ଜନ କରିବେ ।
ବୃଷ
 ପୂର୍ବର ସମସ୍ୟା ଓ ପ୍ରତିବନ୍ଧକ ଦୂର ହେବ । ଶତୃମାନେ ପରାଜିତ ହେବେ । ଦେହ ମନ ସୁସ୍ଥ ରହିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟା ହେବେ ।
ମିଥୁନ 
ଧୀର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ। ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
କର୍କଟ
ଜଗି ରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।କର୍ମ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।
ସିଂହ
 ଅର୍ଥ ଓ ସମ୍ମାନ ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ ।ଦୂର ଯାତ୍ରାର ଯୋଗ ରହିଛି ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା
କଥା ବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ । ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।
ତୁଳା
ଧନ ମାନ ସମ୍ମାନର ଅଧିକାରୀ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ । ସ୍ଵାଦିଷ୍ଟ ଭୋଜନ ମିଳିବ ।ରାଜନୀତି କ୍ଷେତ୍ରରେ ଥିଲେ ଜନ ସମାଜରେ ପ୍ରଶଂସିତ  ହେବେ ।ମାଲିମକଦମାରେ ବିଜୟ ଲାଭ କରିବେ ।
ବିଛା
ସତର୍କତା ର ସହ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆଳସ୍ୟ ଓ ଅବହେଳାରୁ ଦୋଷି ସାବ୍ୟସ୍ତ ହୋଇପାରନ୍ତି । ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୁର୍ଘଟଣା ଦେଖା ଦେଇପାରେ ।
ଧନୁ
ଅପେକ୍ଷା ରତ ଶୁଭ ଖବର ପାଇ ମନ ଖୁସି ରହିବ ।ସନ୍ତାନ ମାନେ ଆଜ୍ଞା ଧୀନ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।ଜୀବନ ସାଥୀର ପ୍ରେରଣା ମନବଳକୁ ଦ୍ୱିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।
ମକର
ପରିବାରରେ ସୁସମ୍ପର୍କ ପୂର୍ବ ପରି ଅତୁଟ ରହିବ । ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ଶତୃମାନେ ପରାଜିତ ହେବେ ସୁସ୍ୱାଦୁ ଭୋଜନ ମିଳିବ ।
କୁମ୍ଭ
ଆର୍ଥିକ ସମସ୍ୟା ମନକୁ  ଭାରାକ୍ରାନ୍ତ କରାଇବ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।
ମୀନ
ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।ଦେହ ମନ ଅସୁସ୍ଥ ହୋଇ ପଡିବ ।
Leave A Reply

Your email address will not be published.