Latest Odisha News

କରୋନା ସଂକ୍ରମଣ ଭୟରେ କୁନି ଝିଅ ପାଖକୁ ଆସିପାରୁ ନାହାନ୍ତି ବାପା, ଭିଡିଓ ଭାଇରାଲ

ବାପା କାଚ କବାଟର ସେପାଖେ, କୁନି ଝିଅ ଏ ପାଖେ । ବାପା ଏବେ ଅଫିସରୁ ଆସିଛନ୍ତି କୁନି ଝିଅର ମନ ବାପା ପାଖେ କାଖ ହୋଇ ବହୁତ ଗେଲ ହୁଅନ୍ତା । ତା କୁନି କୁନି କଥା କୁହା ଓଠରେ କେତେ କଣ ଗପି ଦିଅନ୍ତା । କିନ୍ତୁ ବାପା କବାଟ ସେପାଖେ ଥାଇ ଝିଅକୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି । ତେବେ କାହିଁକି ସେ ପାଖକୁ ଆସୁନାହାନ୍ତି, ସେଥି ପାଇଁ ରାଗି ଯାଉଛି କୁନି ଝିଅଟି ବାରମ୍ବାର କବାଟକୁ ପିଟୁଛି । ‘ଏ କବାଟ ଖୋଲେ, ମୁଁ ମୋ ବାପାଙ୍କ ପାଖକୁ ଯିବି ।’ ତଥାପି ବାପା ପାଖକୁ ଆସୁ ନଥିବାରୁ ପିଲାଟି କାନ୍ଦ କାନ୍ଦ ହୋଇଯାଉଛି ।


ଏସବୁ ଦେଖୁଥିଲେ ସୁଦ୍ଧା ବାପା ନିରୁପାୟ । ସେ ପିଲାଟିିର ପାଖକୁ ଆସିପାରିବେନି । କାରଣ ସେ ଜଣେ ଡାକ୍ତର । ଏବେ ବିଶ୍ୱରେ କରୋନା ଏକ ମହମାରୀର ରୂପ ନେଇଛି । ଏହି ସମୟରେ ଡାକ୍ତରମାନେ ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସଂକ୍ରମଣ ଭୟରେ ପରିବାର ଲୋକଙ୍କଠାରୁ ଦୂରେଇ ରହୁଛନ୍ତି ।
ଏହି ଡାକ୍ତର ବାପା ଆଉ ଝିଅଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଦେଶରେ ସୁଟିଂ ହୋଇଥିବା ଏହି ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.