ରାଶି ଫଳ
ତା ୧୯-୦୯-୨୦୧୯ ଗୁରୁବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ମୋବାଇଲ: 9437225434
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୧୯ ରିଖ ଗୁରୁବାର କନ୍ୟା ୩ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜି: ବେଲ ଖାଇବା ନିଷେଧ
ମେଷ : ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। ବ୍ଯବସାୟରେ ଆଶାନୁରୂପ ଲାଭବାନ ମିଳିବ ନାହିଁ ।
ବୃଷ : ଅର୍ଥ ପ୍ରାପ୍ତି ହେବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ସ୍ଵାଦିଷ୍ଟ ଭୋଜନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଚେଷ୍ଟା କରୁଥିବା ଦିଗରୁ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।
ମିଥୁନ : ଯଗି ରଖି ଚଳନ୍ତୁ,ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ଶତୃମାନେ ଚକ୍ରାନ୍ତ କରିବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ସନ୍ତାନମାନେ ଉତ୍ସୃଖଳିତ ହେବେ ।ବହୁଦିନର ଆଶା ଆଶାରେ ରହିଯିବ।
କର୍କଟ : ମନ ପ୍ରଫୁଲ୍ଲ ରହିବ ।ପ୍ରତ୍ୟେକ ଦିଗରୁ ସଫଳତା ମିଳିବ ।ନିର୍ମାଣ ଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।ବ୍ଯବସାୟରେ ଆୟ ବୃଦ୍ଧି ଘଟିବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ଗୃହକୁ ଅପରାହ୍ନରେ ବନ୍ଧୁ ଆଗମନ ହେବେ ।ଶତୃମାନେ ପରାଜିତ ହେବେ ।
ସିଂହ: ପାରିବାରିକ ଶାନ୍ତି ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ।ବ୍ଯବସାୟ ବାଣିଜ୍ୟ ଓ ପରିବହନ ଦିଗରୁ ଲାଭବାନ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ ।
କନ୍ୟା : ଆଜି ଯଗି ରଖି ଚଳନ୍ତୁ,ଶାରୀରିକ ପୀଡା ଅନୁଭବ କରିବେ ।କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ବିଚଳିତ କରାଇବ ।
ତୁଳା : ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେଇପାରେ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।
ବିଛା : ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଉତ୍ତମ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ଶୁଭଫଳ ମିଳିବ ।ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବ ।
ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାତ୍ରାରେ ସଫଳତା ମିଳିବ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି । ମାଲିମକଦମାରେ ବିଜୟୀ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।
ମକର: ହଠାତ୍ ଦେହ ମନ ଅସୁସ୍ଥ ହୋଇପାରେ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।
କୁମ୍ଭ: ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ଲାଭବାନ ହେବେ ।ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ ।
ମୀନ : ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ । ବକେୟା ଅର୍ଥ ହସ୍ତଗତ ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ସାହିତ୍ୟ କଳା ଓ ସାସ୍କୃତିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ ।
Comments are closed.