Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୩୧-୦୫-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମ  ଇ  ତା ୩୧ ରିଖ ରବିବାର ବୃଷ  ୧୮ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ  
ନବମୀ ତିଥି  ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୦ଟା ୨୨ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା   ଚନ୍ଦ୍ର ଭୋଗ ହେବ
ଘାତ ବାର-:  ମେଷ  ରାଶିର 
ଘାତ ଚନ୍ଦ୍ର- :  ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର 
 ଆଜି:   ଲାଉ  ଖାଇବା  ନିଷେଧ
ମେଷ  :
 ଦେହ ମନ ଅସୁସ୍ଥ ରହିବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି  ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି   ।ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ନାହିଁ  ।
ବୃଷ :
ସାଙ୍ଗଠନିକ କାର୍ଯ୍ୟରେ  ନେତୃତ୍ବ  ନେଇ ପ୍ରଶଂସିତ ହେବେ । ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ । କର୍ମ  କ୍ଷେତ୍ରରେ ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବନ୍ଧୁ ଦର୍ଶନର ଯୋଗ ରହିଛି  ।
ମିଥୁନ  :
 କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ । ଶାରୀରିକ ପୀଡା ଅନୁଭବ କରିବେ ବିଦ୍ଯାର୍ଥୀମାନେ ଅକୃତ କାର୍ଯ୍ୟ ହେବେ  ।
କର୍କଟ :
ଆଜି ଦିନଟି ସମସ୍ତ ଦିଗରୁ ଶୁଭ ଫଳ ଦେବ ।ଧନ ମାନ ସମ୍ମାନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଶରୀର ସୁସ୍ଥ ରହିବ  ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ଯୟନରେ ଉନ୍ନତି କରିବେ ।
ସିଂହ: 
ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ସାମାଜିକ ରାଜନୈତିକ ସମ୍ମାନ କ୍ଷୁର୍ଣ୍ଣ ହେବ ।
କନ୍ୟା  :
ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ କର୍ମ କ୍ଷେତ୍ରରେ ନୂତନ ଦାୟିତ୍ଵ ଗ୍ରହଣ କରିବେ ।ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ । ସାଂସାରିକ ଜୀବନ
ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ  ।
ତୁଳା :
  ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ନିର୍ମାଣଧୀନନ ର୍କାର୍ଯ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅଗ୍ରଗତି କରିବେ ।
ବିଛା  :
 ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ମିଥ୍ଯା ଅଭିଯୋଗରେ ଦଣ୍ଡିତ ହୋଇପାରନ୍ତି ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ  ।
ଧନୁ:
କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ପାରିବାରିକ
 ସମସ୍ଯାକୁ ନେଇ ଚିନ୍ତିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ  ନିର୍ମାଣଧୀନନ କାର୍ଯ୍ୟରେ ବାଧା ଦେଖା ଦେବ ।
ମକର:
 ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିବ  ।ବୁଦ୍ଧି  ବଳରେ କାର୍ଯ୍ୟ ସାଧନ କରିବେ ।ବ୍ଯବସାୟ ବାଣିଜ୍ୟରେ ଉନ୍ନତି କରିବେ ।ନୂତନ ଗୃହ ବା ଭୂମି ଲାଭ କରିବେ ।ସୁ ସ୍ବାଦୁ ଭୋଜନ ମିଳିବ ।
କୁମ୍ଭ:
ସାଂସାରିକ ଜୀବନ ସୁଖମୟ ହେବ ।
ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ଆଦରଣିଯ ହେବେ ।
ମୀନ:
ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ  ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ  ।ମାଲିମକଦମାରେ ବିଜୟ ଲାଭ କରିବେ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ  ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Comments are closed.