Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ

୨୪-୦୫-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୪ ରିଖ ଶୁକ୍ରବାର ବୃଷ ୧୦ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ସକାଳ ୮ଟା ୮ମିନିଟ୍ ପର‌୍ୟ୍ୟନ୍ତ ତାପରେ ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ବିଛା ଧନୁ ମୀନ ରାଶିର ଘାତ ବାର
ସିଂହ ରାଶି ପୁରୁଷଙ୍କ ଘାତ ଚନ୍ଦ୍ର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର‌୍ୟ୍ୟକୁ ନିର୍ବିଘ୍ନରେ ସମାପନ କରିବେ କୌଣସି ଅସୁବିଧା ରହିବ ନାହିଁ । ଅଫିସ୍‌ କାମରେ ଏପରି କି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ।

ବୃଷ
ଉତ୍ତମ ବ୍ୟବହାର ଓ ମଧୁର କଥା କହି ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରସ୍ଥ ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ । ଆକସ୍ମିକ ଆବଶ୍ୟକତା ଖର୍ଚ୍ଚ ପରିମାଣକୁ ବୃଦ୍ଧି କରିବ। ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ମହିଳାମାନଙ୍କର ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ

ମିଥୁନ
ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ବିବାଦୀୟ ପରିସ୍ଥିତିରେ,ଏପରିକି କର୍ମକ୍ଷେତ୍ରରେ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅନ୍ୟମନସ୍କ ନ ହୋଇ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାମୂହିକ କାର‌୍ୟ୍ୟରେ ନିଜକୁ ସାମିଲ୍‌ କରି ପରିବାର ପାଇଁ ସମୟ ଦେଇପାରିବେ ନାହିଁ।

କର୍କଟ
ଆଜି ମାଙ୍ଗଳିକ କାମ ସକାଶେ ବ୍ୟସ୍ତରହିବେ
ଆର୍ଥିକ କ୍ଷେତ୍ରରେ ଯଦି ସମସ୍ୟା ରହିଥାଏ ତାହାର ପୂର୍ଣ୍ଣଚ୍ଛେଦ ଅପରାହ୍ନରେ ପଡିଯିବ। କିନ୍ତୁ ଅଫିସିଆଲି କ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ ।

ସିଂହ
ପଛ କଥାକୁ ପଛରେ ପକାଇ ସମୟର ସଦୁପଯୋଗ କରିପାରିଲେ ଫାଇଦା ଉଠାଇବାରେ ଅସୁବିଧା ରହିବ ନାହିଁ। ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ। ଅନ୍ୟମାନଙ୍କ ସକାଶେ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହୋଇପାରେକ୍ଷ

କନ୍ୟା

ପାରିବାରିକ କ୍ଷେତ୍ରରେ ନିଜ ଲୋକମାନଙ୍କୁ ସନ୍ଦେହ କରି ଅସୁବିଧାରେ ପଡିପାରନ୍ତି । ବହୁତ ଦିନର ଅପୂରଣୀୟ ଆଶା ପୁରଣ ହେବ । ବ୍ୟବସାୟ, ବାଣିଜ୍ୟରେ ସଫଳତା
ଆଜି ଆପଣଙ୍କୁ ମିଳିବ । ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି। କୌଣସି ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପଡିପାରେ।

ତୁଳା
କାର‌୍ୟ୍ୟବ୍ୟସ୍ତତା ବୃଦ୍ଧି ପାଇବା ହେତୁ ମନ ଅସ୍ଥିର ରହିବ। ଏକାଧିକ ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ମହିଳାମାନେ ଘରକୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।

ବିଛା
ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଧାର୍ମିକ କାର‌୍ୟ୍ୟରେ ମନ ଉଲ୍ଲସିତ ରହିବ। ଅନଧିକାର ଚର୍ଚ୍ଚା କରନ୍ତୁ ନାହିଁ । ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ସ୍ଥାନ, କାଳ, ପାତ୍ରକୁ ଗୁରୁତ୍ୱ ଦେବା ଭଲ ହେବ କ୍ରୀଡା, କଳା ,ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି।

ଧନୁ
ପୂର୍ବ ସମସ୍ୟାର ସମାଧାନ ହୋଇଯିବା କାରଣରୁ ମନ ଏକପ୍ରକାର ଭଲ ରହିବ। ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ରରେ ସୁଫଳ ପାଇବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇପାରନ୍ତି। ମହିଳାମାନେ ଅର୍ଥ ଲାଭରୁ ଖୁସୀ ରହିବେ ା

ମକର
ଆଜି ଦିନଟିରେ ଯାହା କରିବା ସକାଶେ ମନସ୍ଥ କରିଛନ୍ତି ଅବଶ୍ୟ ବିନା ପ୍ରତିବନ୍ଧକରେ ତାହା ସମ୍ପନ୍ନ କରିବାରେ ସମର୍ଥ ହେବେ । ସାୟାହ୍ନରେ କାୈଣସି ଶୁଭଖବର ପାଇ ମନ ବହୁତ ଖୁସୀ ହୋଇଯିବ। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି,ଏଣୁ ସତର୍କ ରହିବା ଭଲ ହେବ ।

କୁମ୍ଭ
ଆଜି ଆପଣ ଯେଉଁ କାମରେ ହାତ ଦେବେ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ବ୍ୟବସାୟକ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍‌ ହେବେ। ଜମିଜମା ସମସ୍ୟା, ମାଲିମକଦ୍ଦମା, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବ।

ମୀନ

ସମସ୍ୟା ରହିଥିଲେ ମଧ୍ୟ ସମାଧାନ ବାଟ ଖୋଲି ଯିବ ଉଦ୍ୟମରେ ସଫଳତା ମିଳିବ ପ୍ରତ୍ୟେକ କ୍ଷେତ୍ରରେ ନୀରବ ନ ରହି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ, ଅବଶ୍ୟ ଉପକୃତ ହେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସାଙ୍ଗଠନିକ କ୍ଷେତ୍ରରୁ ସୁଫଳ ପ୍ରାପ୍ତି ହେବ।

Leave A Reply

Your email address will not be published.