Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୬-୮-୨୦୨୦ ଗୁରୁବାର, ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୬ ରିଖ ଗୁରୁବାର କର୍କଟ ୨୨ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଶତଭିଷା ନକ୍ଷତ୍ର ଦିନ ୧୧ଟା ୨୧ମିନିଟ୍ ପର୍ଯ୍ୟନ୍ତ ତାପରେ ପୂର୍ବ ଭାଦ୍ର କୁମ୍ଭ ଚନ୍ଦ୍ର ଭୋଗ ହେବ

ଘାତ ବାର:- ତୁଳା ଓ କୁମ୍ଭ ରାଶିର

ଘାତ ଚନ୍ଦ୍ର:- ମିଥୁନ ରାଶି ପୁରୁଷ ଓ ମୀନ ରାଶିର

ଆଜି: ପୋଟଳ ଖାଇବା ନିିଷେଧ

ମେଷ: ବିଭିନ୍ନ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ମତପାର୍ଥକ୍ୟ ଦେଖା ଦେବ । ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ହାତମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି।

ବୃଷ: କୌଣସି ବନ୍ଧୁଙ୍କ ପରୋକ୍ଷ ବିରୋଧ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

ମିଥୁନ: ଜଗି ରଖି ଚଳନ୍ତୁ ସାମାନ୍ୟ କଥାକୁ କେନ୍ଦ୍ର କରି ମିତ୍ରମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ଶାରୀରିକ ପୀଡା ଦେଖା ଦେଇପାରେ ।

କର୍କଟ:ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ  ଆନନ୍ଦିତ ହେବେ ।ବିଚାରଧୀନ ମାଲିମକଦମାରେ  ବିଜୟୀ ହେବେ  । ସ୍ଵାଦିଷ୍ଟ ଭୋଜନ ମିଳିବ ।  ଅର୍ଥାଗମ ହେବ ।  ବ୍ୟବସାୟରେ  ଆଶାନୁରୂପ ଲାଭବାନ ହେବେ ।

ସିଂହ

ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ । ଆଶା କରୁଥିବା ଦିଗରୁ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି ।କ୍ରମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

କନ୍ୟା

ପ୍ରତେକଟି  କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଶତୃମାନେ ପରାଜିତ ହେବେ । ଯଶ ଗୌରବ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ  ବିଦ୍ୟାରେ ସଫଳତା ପାଇବେ ।

ତୁଳା

ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।

ବିଛା

ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କଳା ସାହିତ୍ୟ ସଙ୍ଗୀତ  ଅଭିନୟ କ୍ଷେତ୍ରରେ ସଫଳତା ମିଳିବ । ପରିବହନ ଜାତୀୟ ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ ।

ଧନୁ

ଉତ୍ତମ ବ୍ୟବହାର ଓ ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ମହିଳାମାନେ ଜଗି ରଖି ଚଳନ୍ତୁ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି । କୌଣସି ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।

ମକର

ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଖୁସି ରହିବ । ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ ।

କୁମ୍ଭ: ପ୍ରଶାସନିକ ସ୍ତରରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦୂରଯାତ୍ରା, ପରିଭ୍ରମଣ କିମ୍ବା ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

Divyatattva-Astrology-Free-Horoscopes-Psychic-Tarot-Yoga-.jpg

ମୀନ: ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ପରିସ୍ଥିତି ନ ବଦଳିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିକୁ ସାମନା କରିବାକୁ ଯାଇ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ଗୋଟିଏ କାମ ନ ସରୁଣୁ ଏକାଧିକ କାମରେ ହାତଦେବା ଠିକ୍‌ ହେବନାହିଁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

 

Leave A Reply

Your email address will not be published.