Latest Odisha News

ରାଜ୍ୟରେ ବଢୁଛି ସୁସ୍ଥତା ହାର: ମୋଟ ସଂଖ୍ୟା ଟପିଲା ୨୫ ହଜାର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି ।

ବିନା କୌଣସି ଔଷଧ ରେ ଆମ ଡାକ୍ତରମାନେ ଏହି ମହାମାରୀରୁ ଲୋକଙ୍କୁ ବଞ୍ଚିବାରେ ଅନେକ ସଫଳତା ହାସଲ କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଛୁଇଁଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ଟପିଛି ୨୫୦୦୦। ଅନ୍ୟପଟେ ।ମୃତ୍ୟୁ ସଂଖ୍ୟା ୨୫୦ ପାଖାପାଖି ପହଞ୍ଚିଛି ।

ରିପୋର୍ଟ ଅନୁଯାୟୀ ରାଜ୍ୟର ଗତ ୩ଦିନ ଧରି ରାଜ୍ୟରେ ଲଗାତାର ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଛନ୍ତି। ଅଗଷ୍ଟ ୩ ତାରିଖର ଦିନ ୧୧୧୯, ୪ ତାରିଖ ଦିନ ୧୪୦୯ ଓ ୫ ତାରିଖ ଡି ୧୨୫୫ ଜଣ ରୋଗୀ ସୁସ୍ଥ ହେବା ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୫୭୩୮ରେ ପହଞ୍ଚିଛି।

ଅନ୍ୟପଟେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୦୧୧ ରେ ପହଞ୍ଚିଛି। ଗତ କିଛିଦିନ ଧରି ରାଜ୍ୟରେ ଅଧିକରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆରୋଗ୍ୟଙ୍କ ହାର ମଧ୍ୟ କମ୍ ରହୁଥିଲା। ମାତ୍ର ଏହି ଧାରାରେ ପରିବର୍ତନ ଆସିଛି। ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ରୋଗୀ ମଧ୍ୟ ସୁସ୍ଥ ହେଉଥିବାରୁ ରାଜ୍ୟର ସୁସ୍ଥ ହାର ବର୍ତମାନ ୬୫ ପ୍ରତିଶତକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.