Latest Odisha News

ରାଜ୍ୟରେ ଆଜି ୫୦୦ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ୫୦୦ ଶହ ପାର କରୁଛି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୪୪୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ୧୮ ବର୍ଷ ଭିତରେ ଆଉ ୫୯ ଜଣ ସଂକ୍ରମିତ ହୋଇଛନ୍ତି ।

ଆଜି ୨୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯, କଟକରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୫ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୬୩ହଜାର ୮୮୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାରି ରହିଛି ୦.୭୧ ପ୍ରତିଶତ ।

ରାଜ୍ୟରେ କରୋନା ନେଇଛି ଆଉ ୬ ଜଣଙ୍କର ଜୀବନ । ଏହାକୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟସଂଖ୍ୟା ୮ହଜାର ୨୫୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା କରୋନାରେ ମୋଟ୍ ୧୦ଲକ୍ଷ ୩୨ହଜାର ୧୪୪ ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହେଲେଣି ୧୦ଲକ୍ଷ ୧୮ହଜାର ୭୪୯ । ଏବେ ରାଜ୍ୟରେ ୫ହଜାର ୮୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.