Latest Odisha News

BREAKING NEWS

୨୬ରେ ଜନ୍‌ ଓ ସଲମାନ୍‌ ମୁହାଁମୁହିଁ; ‘ସତ୍ୟମେବ ଜୟତେ ୨’ ବନାମ ‘ଅନ୍ତିମ’

ନୂଆଦିଲ୍ଲୀ: ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ସଲମାନ ଖାନଙ୍କ ଅଭିନୀତ ‘ଅନ୍ତିମ’ ଚଳିତ ବର୍ଷ ଦୀପାବଳି ସମୟରେ ପରଦାରେ ଆସିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ‘ଅନ୍ତିମ’ ନଭେମ୍ବର ୨୬ରେ ରିଲିଜ କରିବ। ଏହାସହିତ ଏକାସାଙ୍ଗେ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ ୨’ ମଧ୍ୟ ସମାନ ତାରିଖରେ ରିଲିଜ କରିବ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ଆୟୁଷ ଶର୍ମା ଅଭିନୀତ ‘ଅନ୍ତିମ’ ଜନ୍ ଆବ୍ରାହମଙ୍କ ‘ସତ୍ୟମେବ ଜୟତେ ୨’ ଏକାସାଙ୍ଗେ ମୁକ୍ତିଲାଭ କରିବ। ସଲମାନ ‘ଅନ୍ତିମ’ ରେ ଜଣେ ଶିଖ ପୋଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ଜନ୍ ମଧ୍ୟ ସତ୍ୟମେବ ଜୟତେ ୨ରେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ‘ଅନ୍ତିମ’ ହେଉଛି ହିଟ୍ ମରାଠୀ ଚଳଚ୍ଚିତ୍ର ‘ମୁଲସି ପାଟର୍ନ’ ର ଅଫିସିଆଲ୍ ହିନ୍ଦୀ ରିମେକ୍।

Leave A Reply

Your email address will not be published.