ନୂଆଦିଲ୍ଲୀ: ପୁଣି ଥରେ ମହାମାରୀ ଦେଖାଇଛି ମହାରୂପ । ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଦୈନିକ ଚିହ୍ନଟ ହେଉଛନ୍ତି ୪୦ ହଜାରରୁ ଅଧିକ ପଜିଟିଭ୍ । ବର୍ଷେ ତଳେ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଲକଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୧୭ । ସେତେବେଳେ ଦୈନିକ ସଂକ୍ରମଣ ୫୦ରୁ ଶହେ ଭିତରେ ରହୁଥିଲା । ଏବେ ସଂକ୍ରମଣ ଅଧିକ ମାରାତ୍ମକ । ଚଳିତବର୍ଷ ଫେବ୍ରୁଆରୀ ଅପେକ୍ଷା ମାର୍ଚ୍ଚରେ ସଂକ୍ରମଣ ପାଞ୍ଚ ଗୁଣା ଗତିରେ ବଢୁଛି ।
ଗତ ଗୋଟିଏ ସପ୍ତାହର କୋଭିଡ୍ ରିପୋର୍ଟ

ଗତ ସପ୍ତାହେ ଭିତରେ ଦେଶରେ କରୋନାରେ ସଂକ୍ରମିତ ହୋଇଛନ୍ତି ୨ଲକ୍ଷ ୭୬ହଜାର ୯୬୫ ଜଣ । ମହାମାରୀ ନେଇଛି ୧ହଜାର ୩୧୦ ଜୀବନ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦୈନିକ ସଂକ୍ରମଣ ୮ହଜାର ୬୩୫ ରହିଥିଲା । ଫେବ୍ରୁଆରୀ ୧୬ ତାରିଖ ବେଳକୁ ଏହି ସଂଖ୍ୟା ବଢ଼ି ପାଖାପାଖି ୧୨ ହଜାର ହୋଇଥିଲା । ତାରପରଠୁ କ୍ରମାଗତ ବଢ଼ି ଚାଲିଛି । ମାର୍ଚ୍ଚରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମେ ୨୦ ହଜାର ପାର କରିଥିଲା । ଧୀରେ ଧୀରେ ଏହି ସଂଖ୍ୟା ୪୬ ହଜାର ବି ଡେଇଁଛି ।
ଫଟୋ ସୌଜନ୍ୟ: Reuters
ଯଦି ଏମିତି ଭାବରେ କରୋନା କାୟା ବିସ୍ତାର କରିବ ତେବେ ଦ୍ୱିତୀୟ ଲହର ସାଂଘାତିକ ରୂପ ନେବ । ତେଣୁ ଏବେ ସମୟ ଆସିଛି ଅଧିକ ସତର୍କ ରହିବା । କିନ୍ତୁ ବହୁ ସ୍ଥାନରେ ଲୋକ ଅମାନିଆ ହେଉଥିବା ଦେଖିବାକୁ ମିଳୁଛି । ମାର୍କେଟରେ ଭିଡ଼ ହେଉଛି । ଲୋକ ମାନୁ ନାହାନ୍ତି ସାମାଜିକ ଦୂରତା । ମାସ୍କ ବି ପିନ୍ଧୁ ନାହାନ୍ତି ।
BREAKING NEWS
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
Comments are closed.