Latest Odisha News

BREAKING NEWS

ଡ଼ାଏରୀ ମ୍ୟାନ୍‌: ୧୯୫୮ ମସିହାରୁ ଦେଖିଥିବା ଫିଲ୍ମର ରେକର୍ଡ଼ ରଖିଛନ୍ତି

ଆମ ଭିତରୁ ଅଧିକାଂଶ ଦୈନନ୍ଦିନ ଜୀବନରେ କ’ଣ ସବୁ କରନ୍ତି ସେସବୁକୁ ନିଜ ଡ଼ାଏରୀରେ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ କେଉଁଦିନ କେଉଁ ଫିଲ୍ମ ଦେଖିଛନ୍ତି,କେତେବେଳେ ଦେଖିଛନ୍ତି, କେଉଁ ହଲରେ ଦେଖିଛନ୍ତି ଏ ସମସ୍ତ ବିଷୟ ନିଜ ଡ଼ାଏରୀରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କୀତ ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଥରେ ଭାବନ୍ତୁ ଯେ, ଆମେ ସମସ୍ତେ ଫିଲ୍ମ ଦେଖୁ, କିନ୍ତୁ ଅନେକଙ୍କ ନାଁ ବି ମନେ ରଖୁ । ସେଥିମଧ୍ୟରୁ କିଛି ଭୁଲି ବି ଯାଇଥାଉ । ଏସବୁ ସାଧାରଣତଃ ଉଣା ଅଧିକେ ଅଧିକାଂଶ ଲୋକଙ୍କ ପାଖରେ ଦେଖାଯାଇଥାଏ । ଯଦି ଆମେ କହିବା ଜଣେ ବ୍ୟକ୍ତି ପାଖରେ ନିଜେ ଦେଖିଥିବା ପ୍ରତ୍ୟେକ ଫିଲ୍ମ ବିଷୟରେ ବିସ୍ତୃତ ସୂଚନା ଅଛି, ଯେମିତି କି କେବେ,କେଉଁଠି ଓ କାହାସହିତ ଫିଲ୍ମ ଦେଖିଥିଲେ, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହା ବାସ୍ତବ ଜୀବନରେ ପରିଣତ ହୋଇଛି ଜଣେ ଲୋକଙ୍କ ପାଖରେ । ନିକଟରେ ଜଣେ ବ୍ୟକ୍ତି ତାଙ୍କ ଜେଜେବାପାଙ୍କ ଡାଏରୀ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଥିରେ ସେ ପ୍ରତ୍ୟେକ ଫିଲ୍ମର ରେକର୍ଡ ରଖିଛନ୍ତି । କେଉଁ ଫିଲ୍ମ କେବେ ଏବଂ କେଉଁଠାରେ ଦେଖିଛନ୍ତି ସବୁକିଛି ସୁନ୍ଦର ଭାବରେ ଡ଼ାଏରୀରେ ଲେଖାଯାଇଛି । ୧୯୫୮ ମସିହାରୁ ସେ ଯେଉଁସବୁ ଫିଲ୍ମ ଦେଖିଛନ୍ତି ତାହା ରେକର୍ଡ଼ ରଖିଛନ୍ତି । କେବଳ ସେତିକି ନୁହେଁ, ଫିଲ୍ମଟି କେଉଁ ଭାଷାର ଥିଲା, କେବେ ଦେଖିଛନ୍ତି, କେତେ ସମୟର ଫିଲ୍ମଟି, କିଏ କିଏ ଅଭିନୟ କରିଛନ୍ତି, ନିର୍ଦ୍ଦେଶକ କିଏ ଆଦି ଡ଼ାଏରୀରେ ମଧ୍ୟ ଉଲ୍ଲେଖ କରିଛନ୍ତି ,ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଏହି ଭିଡ଼ିଓଟିକୁ ଖୁବ୍ ପସନ୍ଦ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.