Latest Odisha News

BREAKING NEWS

‘ଖତରୋଁ କେ ଖିଲାଡି’ ସିଜନ ୧୩ରେ ନଜର ଆସିବେ ଡେଜି ଶାହ

ମୁମ୍ବାଇ: ଛୋଟପରଦାର ସବୁଠାରୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜିନ୍ ୧୩ରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଡେଜି ଶାହ । ଫିଲ୍ମ ନିର୍ମାତା ରୋହିତ ସେଟ୍ଟିଙ୍କ ଏହି ଶୋରେ ଭାଗ ନେବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ଡ଼େଜି । ଏହି କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ଭାଗ ନେଇ ବିଭିନ୍ନ ଷ୍ଟଣ୍ଟ ଦେଖାଇଥାନ୍ତି । ଡ଼େଜି ଏହି ଶୋକୁ ଫେରିବାକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ପ୍ରସ୍ତୁତ କରିଛନ୍ତି ।

ଡେଜି କହିଛନ୍ତି ଯେ, ମୁଁ ମୋର ଶକ୍ତି, ଧୈର୍ଯ୍ୟ ଓ ସୀମାକୁ ପରଖିବାକୁ ଚେଷ୍ଟା କରୁଛି । ଆଗରୁ ମୋତେ ଅଫର ମିଳିଥିଲା । ହେଲେ ଭାଗ ନେଇ ନ ଥିଲି । ଏଥର ମିଳିବାରୁ ମୁଁ ଉତ୍ସାହିତ ଅଛି । ରୋହିତ ସେଟ୍ଟିଙ୍କ ସହ ସ୍କ୍ରିନ ଶେୟାରକୁ ନେଇ ସେ କହିଛନ୍ତି, ପ୍ରକୃତରେ ମୁଁ ଉତ୍ସାହିତ ଅଛି । କାରଣ ରୋହିତ ସାରଙ୍କୁ ବହୁଦିନରୁ ମୁଁ ଜାଣିଛି । ୨୦୧୮ ମସିହାରେ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ରେସ ୩’ରେ ଶେଷ ଥର ପାଇଁ ନଜର ଆସିଥିବା ଡେଜି ।

Leave A Reply

Your email address will not be published.