ରିୟାଦ:ସାଉଦି ଆରବରେ ଡାକାର ରାଲୀ ମୋଟର ସ୍ପୋର୍ଟ୍ସ ରେସ ଅବସରରେ ଭାରତର ରାଇଡର ସିଏସ ସନ୍ତୋଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏପରି କି ସେ କୋମା ଷ୍ଟେଜକୁ ପଳାଇ ଯାଇଥିଲେ । ବୁଧବାର ସନ୍ତୋଷଙ୍କ ଅବସ୍ଥା ସ୍ଥିର ଥିଲା ଏବଂ ସେ ବିପଦମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ସନ୍ତୋଷଙ୍କୁ ଭାରତ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ତାଙ୍କ ସହ କେବଳ ପରିବାର ସଦସ୍ୟ ରହିବେ । ପୂର୍ବରୁ ହୀରୋ ମୋଟରସ୍ପୋର୍ଟ୍ସ ରାଇଡର ପାଉଲୋ ଗୋଁସାଲବେଜ ଦୁର୍ଘଟଣାଗ୍ରସ୍ତ ହେବା ପରେ ମୃତ୍ୟୁବରଣ କରିଥିଲେ ।
Comments are closed.