Latest Odisha News

BREAKING NEWS

ମଙ୍ଗୋଲିଆର ୮ବର୍ଷର ବାଳକଙ୍କୁ ବୌଦ୍ଧ ଧର୍ମଗୁରୁ ମାନ୍ୟତା ଦେଲେ ଦଲାଇ ଲାମା

ତିବ୍ଦତ: ତିବ୍ଦତର ଧର୍ମଗୁରୁ ଦଲାଇ ଲାମା ଶନିବାର ଏ ଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକୁ ନେଇ ଚୀନ ଦେହରେ ନିଆଁ ଲାଗିବା ନିଶ୍ଚିତ । ଦଲାଇ ଲାମା ମଙ୍ଗୋଲିଆର ଜଣେ ୮ ବର୍ଷର ବାଳକଙ୍କୁ ସବୁଠାରୁ ବଡ ବୌଦ୍ଧ ଧର୍ମଗୁରୁର ମାନ୍ୟତା ଦେଇଛନ୍ତି । ୧୧ରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଧର୍ମଶାଳାରେ ପିଲାମାନଙ୍କ ଏକ ପ୍ରକାର ପରୀକ୍ଷା କରାଯାଇଥିଲା । ମଙ୍ଗୋଲିଆର ଉପରୋକ୍ତ ବାଳକଙ୍କୁ ଗୁରୁ ଖଲଖ ଧମ୍ପା ରିପୋଂଛଙ୍କ ପୁର୍ନଜନ୍ମ ରୂପର ମାନ୍ୟତା ଦିଆଯାଇଥିଲା । ଶହ ଶହ ମଙ୍ଗୋଲିଆ ଓ ବାପାମାଆଙ୍କ ଉପସ୍ଥିତିରେ ତାଙ୍କ ସମ୍ମାନିତ କରାଯାଇଥିଲା । ଦଲାଇ ଲାମାଙ୍କ ମଙ୍ଗୋଲିଆ ଗସ୍ତ ନେଇ ଚୀନ ପୂର୍ବରୁ ଅସନ୍ତୁଷ୍ଟ ରହିଛି । ଏପରିକି ଏହି ଉତରାଧିକାରୀ ଚୟନ କରିବା ଅଧିକାର କେବଳ ତାଙ୍କ ପାଖରେ ଅଛି ବୋଲି ଚୀନ କହିଛି ।

BjdElectrycity

ଏହି ଶିଶୁକୁ ୩ ବର୍ଷ ତଳେ ଦଲାଇ ଲାମା ପରବର୍ତୀ ଗୁରୁ ବୋଲି ସୂଚେଇ ଦେଇଥିଲେ । ୨୦୧୫ରେ ଆମେରିକାରେ ଏହି ଶିଶୁ ଜନ୍ମ ଗ୍ରହଣ କରିଥିଲା । ଉଭୟ ମଙ୍ଗୋଲିଆ ଓ ଆମେରିକାର ନାଗରିକତା ଏହି ଶିଶୁ ପାଖରେ ରହିଛି । ତାଙ୍କ ବାପା ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଅଛନ୍ତି ।

Leave A Reply

Your email address will not be published.