Latest Odisha News

BREAKING NEWS

ସୁଟ୍‌-ବୁଟ୍ ପିନ୍ଧି ପର୍ବତ ଚଢିଲେ ଯୁବକ: ୪୧ ହଜାର ମିଟର ଉଚ୍ଚରେ ଦେଖି ପର୍ବତାରୋହୀ ହେଲେ ଆଶ୍ଚର୍ଯ୍ୟ

ଟୋକିଓ: ଜଣେ ବ୍ୟକ୍ତିଙ୍କୁ ସ୍ଥାନ କିମ୍ବା ପରିବେଶ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ଉଚିତ୍ । ଖାସ୍‌କରି ପୋଷାକରେ । ସେ ଅଫିସ ହେଉ କି ସମୁଦ୍ର କୂଳ ଭିନ୍ନ୍ ଭିନ୍ନ ସ୍ଥାନକୁ ଭିନ୍ନ ଭିନ୍ନ ପୋଷାକ ହିଁ ଶୋଭାପାଇଥାଏ । ଜଣେ ଯୁବକ ସୁଟ୍ ଓ ବୁଟ୍ ପିନ୍ଧି ୪୧ ହଜାର ମିଟର ଉଚ୍ଚ ପାହାଡ଼ ଚଢି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହା କିପରି ସମ୍ଭବ ପର୍ବତାରୋହୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଡିଟି ସେଣ୍ଟ୍ରାଲ୍ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଜାପାନର ଜଣେ ପ୍ରସିଦ୍ଧ ଦର୍ଜି ନୋବୁଟାକା ସାଡା ଆଜିକାଲି ବେଶ୍ ଚର୍ଚ୍ଚାରେ । ଏହାର କାରଣ ହେଉଛି ତାଙ୍କର ଅନନ୍ୟ ଅବତାର, ଯାହା ସେ ଏକ ପର୍ବତ ଶିଖରରେ ଦେଖାଇଛନ୍ତି । ଆପଣ ନିଶ୍ଚୟ ଟିଭିରେ କିମ୍ବା ବାସ୍ତବରେ ପର୍ବତାରୋହୀଙ୍କ ପୋଷାକ ଦେଖିଥିବେ । ସେମାନେ ଟ୍ରାଉଜର, ଜ୍ୟାକେଟ୍‌, ଗ୍ଲୋଭସ୍‌, ସ୍ପାଇକ୍ ଜୋତା, ଦଉଡି, ବ୍ୟାଗ, କ୍ୟାପ୍ ସହିତ ପର୍ବତ ଉପରକୁ ଚଢିଥାନ୍ତି । କିନ୍ତୁ ନୋବୁଟାକା କେବଳ ସୁଟ୍‌, ଟାଇ, ଚମଡ଼ା ବୁଟ୍ ପିିନ୍ଧି ପର୍ବତ ଉପରକୁ ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ନୋବୁଟାକା କହିଛନ୍ତି ଯେ, ମାଲେସିଆର ସର୍ବୋଚ୍ଚ ଶିଖର କିନାବାଲୁର ଉଚ୍ଚତା ୪,୦୯୫ ମିଟର । ଏତେ ଉଚ୍ଚକୁ ଚଢିବା ସହଜ ନୁହେଁ । ସେ କେବଳ ତାଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଏପରି କରିଛନ୍ତି । ସେ ଜଣେ ଭଲ ଟେଲର । ଟେଲରମାନେ କିପରି ଚମତ୍କାର ସୁଟ୍ ସିଲେଇ କରନ୍ତି ତାହା କେବଳ ଲୋକଙ୍କ ପାଖରେ ଜଣାଇବା ହିଁ ମୁଖ୍ୟ ଉଦ୍ଦେଶ୍ୟ ।

ଏହା ପ୍ରଥମ ଘଟଣା ନୁହେଁ ଯେ ନୋବୁଟାକା ସୁଟ୍ ପିନ୍ଧି ଏପରି କରିଛନ୍ତି । ଜାପାନର ୨୯୦୦ ମିଟର ଶିଖର ଶିରୁମା ପର୍ବତ ଉପରକୁ ଚଢି଼ିବା, ଟୋକିଓ ମାରାଥନରେ ଚାଲିବା ଆଦି ନୋବୁଟାକା ସୁଟ୍ ପିନ୍ଧି କରିସାରିଛନ୍ତିି ।

Leave A Reply

Your email address will not be published.