ପୁରୀ:ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଆଡ଼କିଆ ବା ତ୍ରିବ୍ରିକ୍ରମ ବେଶ । ଏପଟେ ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ ହୋଇଛି । ଶ୍ରୀମନ୍ଦିର ଭିତରେ କେବଳ ଓମ୍ଫେଡ୍ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ ସେବକଙ୍କୁ କୈଫିୟତ ତଲବ୍ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଏଥିସହ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଗତକାଲିର ଠେଲାପେଲା ଭଳି ସ୍ଥିତିର ଅନୁଧ୍ୟାନ ପୋଲିସ ଡିଜି କରିବା ପରେ ଆଜି ଏଡିଜି ସିଂହଦ୍ବାରରୁ ଆନନ୍ଦବଜାର ଯାଏଁ ସ୍ଥିତି ପରଖିଛନ୍ତି। ତେଣେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଆସନ୍ତାକାଲି ଓ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
Comments are closed.