Latest Odisha News

BREAKING NEWS

ବଲିଉଡ ଗାୟକ ଦଲେରଙ୍କ ଧୁନରେ ମତୁଆଲା ହେଲା ବାଲିଯାତ୍ରା ସନ୍ଧ୍ୟା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଦଲେର ମେହେନ୍ଦି ।

ଅନେକ ଦିନ ଧରି ବାଲିଯାତ୍ରା ସନ୍ଧ୍ୟାରେ ସମସ୍ତ ପର୍ଯ୍ୟଟକମାନେ ମତୁଆଲା ହେଉଥିବା ବେଳେ ଏହାର ୫ମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ଦଲେର ମେହେନ୍ଦୀ । ତାଙ୍କ ଗୀତରେ ଏକପ୍ରକାର କମ୍ପିଥିଲା ବାଲିଯାତ୍ରା ପଡିଆ ।

ବଲିଉଡ ଷ୍ଟାର ମ୍ୟୁଜିକ ନାଇଟରେ ପରିବେସିତ ଗୀତ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା । ରୋମାଞ୍ଚିତ ହଜାର ହଜାର ଦର୍ଶକମାନେ ମଧ୍ୟ ଏହି ସନ୍ଧ୍ୟାକୁ ମନଭରି ଉପଭୋଗ କରିବା ସହ ମନଛୁଆଁ ସଙ୍ଗୀତର ତାଳେ ତାଳେ ଖୁବ୍ ଝୁମିଥିଲେ ।

ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ହେଉଛି ବାଲିଯାତ୍ରା ସନ୍ଧ୍ୟା । ଏପରିକି ନିଜ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବାକୁ ଯାଉଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର୍ ମେହେନ୍ଦି, ସୋନା ମହାପାତ୍ର, କେକେ ଓ ଋତୁରାଜ ମହାନ୍ତି ।

Leave A Reply

Your email address will not be published.