Latest Odisha News

୪୦ ବର୍ଷ ବୟସରେ ୩ ସନ୍ତାନ: ଆଉ ମାଆ ହେବାକୁ ଚାହୁଁ ନାହାନ୍ତି ଦଲଜିତ୍

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍ କୌର ଗତ ମାର୍ଚ୍ଚରେ ଦ୍ୱିତୀୟ ବିବାହ କରିଥିଲେ । ଲଣ୍ଡନରେ ରହୁଥିବା ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏବେ ସେ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି । ୪୦ ବର୍ଷ ବୟସରେ ମୋର ୩ଟି ପିଲା ଅଛନ୍ତି । ଆଉ ମାଆ ହେବାକୁ ଚାହୁଁ ନାହାନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ ଏପରି କହିଛନ୍ତି ।

ଦଲଜିତ୍ ପୂର୍ବରୁ ଶାଲିନ୍ ଭାନୋଟଙ୍କୁ ବିବାହ କରିଥିଲେ । ତାଙ୍କର ଜୟଡ଼େନ୍ ନାମକ ଜଣେ ପୁଅ ଅଛନ୍ତି । ଦଲଜିତ ଶାଲିନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ନିଖିଲଙ୍କୁ ବିବାହ କରିଥିଲେ । ବିବାହ ପରେ ଦଲଜିତ୍ ତାଙ୍କ ପୁଅ ଜୟଡ଼େନ୍‌ଙ୍କୁ ନେଇ କେନିଆ ଚାଲିଯାଇଥିଲେ । ନିଖିଲ ମଧ୍ୟ ଦଲଜିତ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ନିଖିଲଙ୍କର ପୂର୍ବରୁ ଦୁଇ ଝିଅ ଅଛନ୍ତି । ଏବେ ନିଖିଲଙ୍କ ସହ ତାଙ୍କର ଦୁଇ ଝିଅ ଓ ଦଲଜିତଙ୍କ ପୁଅ ମଧ୍ୟ ରହୁଛନ୍ତି । ସମସ୍ତେ ମିଶିକି କେନିଆରେ ରହୁଛନ୍ତି । ଦଲଜିତ ଦ୍ୱିତୀୟ ବିବାହ ପରେ ୩ ସନ୍ତାନର ମାଆ ହୋଇଛନ୍ତି । ବର୍ତ୍ତମାନ ସେ ଚତୁର୍ଥ ସନ୍ତାନର ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି ।

ନିକଟରେ ଦଲଜିତ କେନିଆରୁ ଭାରତ ଆସିଥିଲେ । ଏହି ସମୟରେ ଏକ ସାକ୍ଷାତକାରରେ ଦଲଜିତ୍ କହିଛନ୍ତି ଯେ, ନିଖିଲଙ୍କୁ ବିବାହ କରିବା ଇତିମଧ୍ୟରେ ୪ ମାସ ବିତିଗଲାଣି । ବର୍ତ୍ତମାନ ମୁଁ ତିନି ସନ୍ତାନ ଏବଂ ସ୍ୱାମୀ ନିଖିଲଙ୍କ ସହ ଖୁବ୍ ଖୁସିରେ ଅଛିି । ଆମେ ଆଉ ସନ୍ତାନ ପାଇଁ ପ୍ଲାନିଂ କରୁନାହୁଁ । ଆମର ୩ ଟି ସୁନ୍ଦର ସନ୍ତାନ ଅଛନ୍ତି । ସେମାନଙ୍କ ସହ ଆମେ ଆମ ଜୀବନକୁ ଉପଭୋଗ କରୁଛୁ । ଆମର ତିନି ପିଲା ଏକାଠି ଖୁସି ଅଛନ୍ତି । ଆଉ ସନ୍ତାନ ଚାହୁଁ ନାହୁଁ ବୋଲି ଦଲଜିତ୍ ସ୍ପଷ୍ଟ କରିଛନ୍ତି ।

Comments are closed.