Latest Odisha News

BREAKING NEWS

ଓଡ଼ିଶାରେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ: ଦାମ ରାଉତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ କୌଣସି ରାଜନୈତିକ ଦଳ ପୂର୍ଣ୍ଣ ବହୁମତ ହାସଲ କରିପାରିବେ ନାହିଁ, ବୋଲି ବିଜେପି ନେତା ଦାମୋଦର ରାଉତ ରବିବାର ଦିନ କହିଛନ୍ତି ।

“ମୁଁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଫଳାଫଳ କଥା ଆଦୌ କିଛି କହିପାରିବି ନାହିଁ । ମୁଁ ଭାବୁଛି କେଉଁଠି କିଛି ତ୍ରୁଟି ରହି ଯାଇଛି । ମାତ୍ର ମୋ ସମର୍ଥକମାନେ କହୁଛନ୍ତି, ପ୍ରା ୪ ହଜାରରୁ ୫ ହଜାର ଅଧିକ ଭୋଟ ବ୍ୟବଧାନରେ ମୁଁ ଜିତିିବି,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରାଦୀପରେ ବିଜେଡ଼ି ଜିତିବ ଏବଂ ତିର୍ତ୍ତୋଲରେ ବିଜେପି ଜିତିବ ।

ତେବେ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଦାମ କହିଛନ୍ତି, ବିଜେଡ଼ିକୁ ଏହି ନିର୍ବାଚନରେ ୧୪୭ଟି ଆସନରୁ ୬୦ଟି ଆସନ ମିଳିବ ମାତ୍ର ସରକାର ଗଠନ କରିବାକୁ ୭୩ଟି ଆସନ ନପାଇ ସରକାର ଗଠନ କରିପାରିବ ନାହିଁ । ବିଜେପିକୁ ଏହି ନିର୍ବାଚନରେ ୫୦ରୁ ୫୫ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିପରି କଂଗ୍ରେସକୁ ଏଥର ଏହି ନିର୍ବାଚନରେ ୨୫ରୁ ୩୦ଟି ଆସନ ମିଳିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ନେତା ଦାମ ରାଉତ କହିଛନ୍ତି ।

“ଯେହେତୁ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ତେଣୁ ଏକ ଝୁଲା ବିଧାନସଭା ଗଠିତ ହେବାର ସମ୍ଭାବନା ରହିଛି,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଦାମ ।

ସେହିପରି ବରିଷ୍ଠ ନେତା ଦାମୋଦର ରାଉତ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୩ରୁ ୧୪ଟି ଆସନ ମିଳିପାରିବ ବୋଲି ପୂର୍ବାନୁମାନ କରିଛନ୍ତି ।

ଓଡ଼ିଶାରେ ଏକ ମିଳିତ ସରକାର ଗଠନ ହେବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୌଣସି ରାଜନୈତିକ ଆଦର୍ଶ ନଥିବା ହେତୁ ସେ କଂଗ୍ରେସ ସହିତ ମିଶି ଓଡ଼ିଶାରେ ପୁଣି ସରକାର ଗଠନ କରିବାକୁ ଚେଷ୍ଟା କରିବେ ।

Leave A Reply

Your email address will not be published.