Latest Odisha News

BREAKING NEWS

ନବୀନ ନିବାସରେ ‘ଦମନ’ ଟିମ୍

ଭୁବନେଶ୍ୱର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ ନବୀନ । ଦମନ ଚଳଚିତ୍ରର ମୁଖ୍ୟ କଳାକାର ଶ୍ରୀ ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ ।

ସୂଚନା ଅନୁସାରେ, ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଦମନରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର l ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା l ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ” ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ ରଖାଯାଇଥିଲା l

Comments are closed.