Latest Odisha News

BREAKING NEWS

ବ୍ରାଜିଲରେ ଭୟଙ୍କର ବନ୍ୟାରେ ଭୂଶୁଡିଲା ଦୁଇଟି ଡ୍ୟାମ, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ

ଇଟାବୁନା : ବ୍ରାଜିଲରେ ଭୟଙ୍କର ବନ୍ୟା । ସପ୍ତାହେ ଧରି ପ୍ରବଳ ବର୍ଷା ଲାଗି ରହିବା ଫଳରେ ବ୍ରାଜିଲର ସ୍ଥିତି ବେହାଲ ହୋଇପଡିଛି । ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବନ୍ୟା ଯୋଗୁଁ ଦକ୍ଷିଣ ବାହାରିଆ ଭିଟୋରିଆ ଡାକନକ୍ୟୁଷ୍ଟା ସହର ନିକଟ ଭେରୁଗା ନଦୀ କୂଳରେ ଡ୍ୟାମ ଭାଙ୍ଗିଯାଇଛି ।

ଫଳରେ ଇଟାମବେ ସହରରରେ ପୁରା ଜଳମଗ୍ନ ହୋଇଯିବାରୁ ଇଟାମବେ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁସିଆପେରରେ ନଦୀ ଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ବାସିନ୍ଦାମାନଙ୍କୁ ନିରାପତ୍ତା ସ୍ଥାନକୁ ଦିଆଯିବା ପାଇଁ ସତର୍କ ସୂଚନା ଦିଆଯାଇଛି ।

ହେଲେ ଏହି ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଯାଇଛି ।ହେଲେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ ବୋଲି ସୂଚନା ମିଳିଛି ।୨ଲକ୍ଷ ବାସିନ୍ଦା ଇଟାବୁନ୍ ଉପକୂଳ ଡାଉନ ଟାଉନରେ ଫସି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.