Latest Odisha News

BREAKING NEWS

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି

ଭୁବନେଶ୍ୱର : ୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି । ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆସନ୍ତା ୪ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ତପସ୍ୱିନୀ ଦାସଙ୍କ ଓକିଲ ।

ଉଭୟ ପକ୍ଷଙ୍କ ଜବାବ ସୁଆଲ ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆରମ୍ଭରୁ ସିଙ୍ଗଲ ବେଡରୁମ ଘର ପାଇଁ ତପସ୍ୱିନୀ ରାଜି ଥିବା ବେଳେ ଡାକ୍ତର ବାବୁ କିନ୍ତୁ ଡବଲ ବେଡରୁମ ଘର ନାଁରେ ଠକୁଛନ୍ତି ବୋଲି କହିଛନ୍ତି ଓକିଲ ।

Leave A Reply

Your email address will not be published.