Latest Odisha News

BREAKING NEWS

‘ଡିଆଇଡି ସୁପର ମମ୍‌ସ୍‌’ ର ବିଜେତା ହେଲେ ଦିନ ମଜୁରିଆ ବର୍ଷା ବୁମ୍ରା

ମୁମ୍ବାଇ: ପିଲାଠାରୁ ବୃଦ୍ଧ, ସମସ୍ତଙ୍କ ପ୍ରିୟ ଜି ଟିଭିର ଡ୍ୟାନ୍ସ ରିଆଲିଟି ଶୋ’ ଡିଆଇଡି। ନିକଟରେ ଜି ଟିଭିରେ ପ୍ରସାରିତ ହେଉଥିବା ଶୋ ‘DID ସୁପର ମମ୍‌ସ୍ ସିଜିନ୍‌-୩‌’ ଶେଷ ହୋଇଛି। ଆଉ ଏହି ଶୋ’ର ବିଜେତା ମଧ୍ୟ ଘୋଷଣା ହୋଇସାରିଛି। ରବିବାର ଅର୍ଥାତ୍‌ ଗତକାଲି ଡିଆଇଡି ସୁପର ମମ୍‌ସ୍‌ ସିଜିନ୍‌-୩ର ୱିନର ହୋଇଛନ୍ତି ହରିୟାଣାର ବର୍ଷା ବୁମ୍ରା। ବର୍ଷା ଏହି ସିଜିନରେ ୧୦ ଲକ୍ଷ ଟଙ୍କା ସହ ଟ୍ରଫି ହାତେଇଛନ୍ତି। ଏହା ବ୍ୟତୀତ ବର୍ଷାଙ୍କୁ ଅନେକ ଆସାଇନମେଣ୍ଟ ମିଳିବ ବୋଲି ଘୋଷଣା କରାଯାଇଛି।

ଦେଶର ବିଭିନ୍ନ ସ୍ଥାନରୁ ଅନେକ ମାଆ ସେମାନଙ୍କ ଦକ୍ଷତା ପରୀକ୍ଷା କରିବାକୁ ଆସିଥିଲେ। ଆଉ ଅନେକ ସଫଳ ମଧ୍ୟ ହୋଇଛନ୍ତି। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍‌ସ୍‌ର ଟାଇଟଲ୍ ସେହି ମାଆ ହାତେଇଛନ୍ତି, ଯିଏ କଠିନ ପରିଶ୍ରମ କରିଛନ୍ତି ଏବଂ ଏହି ପଦବୀ ହାସଲ କରିଛନ୍ତି। ବର୍ଷା ଜଣେ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଏବଂ ତାଙ୍କ ସ୍ୱାମୀ ଦୈନିକ ମଜୁରୀ କରି ନିଜ ପରିବାର ଚଳାନ୍ତି। ହରିୟାଣାର ହନ୍ସିରେ ଦିନେ ମଜୁରୀ ଖଟି କାମ କରୁଥିବା ଏହି ମାଆଙ୍କ ହାତରେ ଡିଆଇଡି ସୁପର ମୋମ ଟ୍ରୋଫି ଆସିଛି। ବର୍ଷା ସମସ୍ତ ଏପିସୋଡ଼ରେ କଡ଼ା ପରିଶ୍ରମ କରିବା ସହ ମନ ଦେଇ ନାଚିଛନ୍ତି। ତାଙ୍କ କୋରିଓଗ୍ରାଫର୍ ବର୍ତ୍ତିକା ଝା ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଗାଇଡ୍ କରୁଥିଲେ, ଯେଉଁଥିପାଇଁ ସେ ଏହି ସିଜନରେ ଜିତିବାକୁ ସକ୍ଷମ ହୋଇଥିଲେ।

 

ଦର୍ଶକ ବର୍ଷାଙ୍କୁ ଦୃଢ ସମର୍ଥନ କରିବା ସହ ଅନେକ ଭୋଟ ଦେଇ ଜିତେଇଛନ୍ତି। ବର୍ଷାଙ୍କ ସ୍ୱାମୀ ନିତୀନ ମଣ୍ଡିରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ୱାମୀଙ୍କ ସମର୍ଥନରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି ବୋଲି ବର୍ଷା କହିଛନ୍ତି। ବର୍ଷା ପୂର୍ବରୁ କେବେ ବି କୌଣସି ପ୍ରକାର ନୃତ୍ୟ ତାଲିମ ନେଇ ନାହାଁନ୍ତି। ମଜୁରୀ ସାରି ଘରକୁ ଫେରିବା ପରେ ବର୍ଷା ୟୁଟ୍ୟୁବ ଦେଖି ପ୍ରତିଦିନ ୧୦ ମିନିଟ୍ ଡ୍ୟାନ୍ସ ଅଭ୍ୟାସ କରୁଥିଲେ। ବର୍ଷା ୨୦୧୫ ରେ ନିତୀନଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁଅ ଗରିଶାନଙ୍କୁ ବର୍ତ୍ତମାନ ୫ ବର୍ଷ ବୟସ ହୋଇଛି। ପୁଅକୁ ଭଲ ଶିକ୍ଷା ଦେବା ପାଇଁ ବର୍ଷା ମଜୁରୀ କାମକୁ ବାଛିନେଇଥିଲେ। ପିଲାଟି ଦିନରୁ ବର୍ଷାଙ୍କର ନୃତ୍ୟ ପ୍ରତି ପ୍ରେମ ଥିଲା। ତାହା ବିବାହ ପରେ ମଧ୍ୟ ବଜାଇ ରଖିଛନ୍ତି। ବର୍ଷାର ଏହି ଯାତ୍ରାରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ବହୁତ ସମର୍ଥନ କରିଥିଲେ।

Comments are closed.