Latest Odisha News

BREAKING NEWS

୫୬ ବର୍ଷ ବୟସରେ ଶାହରୁଖଙ୍କ ସାର୍ଟଲେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ଗତ କିଛି ଦିନ ହେବ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯବାନ’ କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଫିଲ୍ମ ‘ପଠାନ’କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲୁକ୍ ସେୟାର କରିଛନ୍ତି, ଯାହାକୁ ଦେଖି ଶାହରୁଖଙ୍କ ଫ୍ୟାନ୍ସ ତାଜୁବ ହୋଇଛନ୍ତି। ବଲିଉଡର କିଙ୍ଗ୍ ଖାନ ରବିବାର ନିଜ ଇନଷ୍ଟାଗ୍ରାମରେ ବିନା ସାର୍ଟରେ ବା ସାର୍ଟଲେସ୍ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ଫିଲ୍ମ ‘ପଠାନ’ର ଲୁକରେ ନଜର ଆସିଛନ୍ତି। ଏହି ଫଟୋରେ ଶାହରୁଖ ଏକ ସୋଫାରେ ବସିଛନ୍ତି ଏବଂ ତାଙ୍କର ଶରୀରରେ ସାର୍ଟ ନଥିବା ବେଳେ କେଶକୁ ଖୋଲା ରଖିଛନ୍ତି।

ସୁପରଷ୍ଟାର ଶାହରୁଖ ଖାନ ଉକ୍ତ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଆଜି ମୁଁ ମୋର ସାର୍ଟକୁ କହୁଛି: ତୁମେ ଥିଲେ କିପରି ହୁଅନ୍ତା, ତୁମେ ଏହି କଥାରେ ଆଶ୍ଚର୍ଯ୍ୟ ହୋଇଥାନ୍ତ, ତୁମେ ଏହି କଥାରେ କେତେ ହସିଥାନ୍ତ… ମୁଁ ବି ‘ପଠାନ’ ର ଅପେକ୍ଷାରେ ଅଛି।’ ୫୬ ବର୍ଷ ବୟସରେ ଫ୍ୟାନ୍ସ ମଧ୍ୟ ଶାହାରୁଖ ଖାନଙ୍କ ଏପରି ସାର୍ଟଲେସ୍ ଷ୍ଟାଇଲ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।

 

 

ଶାହରୁଖ ନିଜର ଫଟୋ ସେୟାର କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଲମ୍ବା ପ୍ରତିକ୍ରିୟା ଏବଂ ପ୍ରେମ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘୨୦୨୩ ମସିହାଟି କେବଳ ଆପଣଙ୍କର। ପ୍ରତ୍ୟେକ ଥର ମୋତେ ଭାବିବାକୁ ପଡେ ଯେ ଆସନ୍ତା ବର୍ଷ ଆମକୁ 3ଟି ଫିଲ୍ମ ଦେବେ ବୋଲି ବହୁତ ପରିଶ୍ରମ କରୁଛନ୍ତି। ମୋର ହିରୋ ପ୍ରତି ମୋର ସମସ୍ତ ପ୍ରେମ ଏବଂ ସମ୍ମାନ।’

ଫିଲ୍ମ ‘ପଠାନ’ ସହିତ ଦୀର୍ଘ ସମୟ ପରେ ଶାହାରୁଖ ଖାନ ବକ୍ସ ଅଫିସରେ କମ ବ୍ୟାକ୍ କରିବେ। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ଲୁକ୍ ବର୍ତ୍ତମାନ ପର୍ଯ୍ୟନ୍ତ ସେ କରିଥିବା ଚଳଚ୍ଚିତ୍ରର ସମସ୍ତ ଲୁକ୍ ଠାରୁ ଭିନ୍ନ। ଏହି ଲୁକରେ କିଙ୍ଗ୍ ଖାନ ଲମ୍ବା କେଶ ରଖିଥିବା ଦେଖିବାକୁ ମିଳିବ। ଏହି ଫଟୋର୍ କେବଳ ଶାହାରୁଖ ଖାନଙ୍କ ଲମ୍ବା କେଶ ନୁହେଁ ବରଂ ତାଙ୍କ ଶରୀର ମଧ୍ୟ ପ୍ରମାଣ କରୁଛି ଯେ ସେ ଜିମରେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ଝାଳ ବୁହାଇଛନ୍ତି।

Leave A Reply

Your email address will not be published.