Latest Odisha News

BREAKING NEWS

ରୂପି ସମସ୍ୟାକୁ ନେଇ ଚିନ୍ତିତ କି ?

କେଶରେ ରୂପି ସମସ୍ୟା ପ୍ରାୟତଃ ସମସ୍ତଙ୍କର ଦେଖାଦେଇଥାଏ । କିଛି ଲୋକଙ୍କର ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ ତ ଅନ୍ୟ କିଛି ଲୋକଙ୍କର ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ମନେ ହୁଏ କି ଆମେ କେଶର ଉଚିତ୍‌ ଯତ୍ନ ନେଉନାହାଁନ୍ତି  । ସେଥିପାଇଁ ହୁଏତ ଏହି ସମସ୍ୟା ଦେଖାଯାଉଛି । ହେଲେ ଆପଣଙ୍କୁ ବୋଧ ହୁଏ ଜଣାନଥିବ ଏହା ପଛର ପ୍ରକୃତ କାରଣ କ’ଣ ?  ତେବେ ଆସନ୍ତୁ ଜାଣିବା କିପରି ରୂପି ସମସ୍ୟାକୁ ରୋକିହେବ….

ରୂପି ହେବାର ବିଭିନ୍ନ କାରଣ ରହିଛି ଯଥା- ରୂପି ଜେନେଟିକ୍ କାରଣରୁ ମଧ୍ୟ ହୋଇପାରେ । ଏହାସହ କେଉଁ ପରିବେଶରେ ରହୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣଅତ୍ୟଧିକ ପ୍ରଦୂଷଣ ମଧ୍ୟ ରୂପିର କାରଣ ହୋଇପାରେ । ବାୟୁମଣ୍ଡଳରେ ଶୁଷ୍କତା ରୂପି ସସମ୍ୟା ବଢ଼ାଇଥାଏ
ତେବେ ରୂପିକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟିରଏଡ ଲୋସନ, ଆଣ୍ଟି ଡ୍ୟାଣ୍ଡରଫ୍ ସାମ୍ପୁ ବ୍ୟବହାର କରନ୍ତୁ  । ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ  ।

ରୂପିକୁ ନିୟନ୍ତ୍ରଣ କରିବା ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ। ବାହାରକୁ ଗଲେ ଚୁଟିକୁ ଘୋଡ଼ାଇ ରଖିବା ମଧ୍ୟ ଜରୁରୀ  । ତେଣୁ ଆପଣ ବାହାରକୁ ଗଲେ ମୁଣ୍ଡରେ ଓଢ଼ଣୀ ପକାଇ ଯାଆନ୍ତୁ । ଏଥିସହ ଆପଣ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ  । ଏକ ସନ୍ତୁଳିତ ଖାଦ୍ୟ ଓ ଜୀବନ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ

Leave A Reply

Your email address will not be published.