ନୂଆଦିଲ୍ଲୀ: ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ୨୦୦୨ରେ ଡାନିଏଲ ପର୍ଲସଙ୍କ ନିର୍ଦ୍ଦୟ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି ଅପରାଧ ଉପରେ ଉତ୍ତରଦାୟିତ୍ୱ ରହିବା ଉଚିତ ଏବଂ ଏହା ଗୁରୁତ୍ୱପୂର୍ଣ୍ଣ। ଜାତିସଂଘ ମୁଖ୍ୟ ଷ୍ଟିଫେନ୍ ଡୁଜାରିକ୍ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି।
ପାକିସ୍ତାନ ସୁପ୍ରିମକୋର୍ଟ ଗୁରୁବାର ଦିନ ବ୍ରିଟିଶ ମୂଳ ଅଲ-କାଏଦା ଆତଙ୍କବାଦୀ ଅହମ୍ମଦ ଓମାର ଶେଖଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓମାର ଶେଖ ଦାନିଡାନିଏଲଙ୍କୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଦକ୍ଷିଣ ଏସୀୟ ବ୍ୟୁରୋ ମୁଖ୍ୟ ୩୮ ବର୍ଷିୟ ଡାନିଏଲ୍ ପାକିସ୍ଥାନ ଯାଇଥିଲେ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଅଲ କାଏଦା ମଧ୍ୟରେ ସମ୍ପର୍କକୁ ସହିତ ଜଡ଼ିତ ଏକ ଖବର ପାଇଁ ସୂଚନା ସଂଗ୍ରହ କରୁଥିବାବେଳେ ତାଙ୍କୁ କରାଚିରେ ଅପହରଣ କରାଯାଇଥିଲା। ଏହା ପରେ ତାଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା। ବ୍ରିଟିଶ ମୂଳ ଅଲ କାଏଦା ଆତଙ୍କବାଦୀ ଅହମ୍ମଦ ଓମାର ଶେଖ ଏବଂ ତାଙ୍କର ତିନି ସହଯୋଗୀ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
Comments are closed.