Latest Odisha News

BREAKING NEWS

୮୭ ବର୍ଷରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି କ୍ରିକେଟ ଆୟୋଜକ ହେବନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୟେଦ ମୁସ୍ତାକ ଅଲୀ ଟ୍ରଫି ସଫଳତାର ସହ ଆୟୋଜନ କରିବା ପରେ ଅନ୍ୟ ଘରୋଇ ଟୁର୍ଣ୍ଣାମେଂଟ ଆଶା ସଂଚାର ହୋଇଛି । ତେବେ ବିସିସିଆଇ ସମୟର ଅଭାବରୁ ରଣଜୀ ଟ୍ରଫି ବଦଳରେ ବିଜୟ ହଜାରେ ଟ୍ରଫି କରିବା ପାଇଁ ନିଷ୍ପତି ନେଇଛି । ଫଳରେ ୮୭ ବର୍ଷ ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଆୟୋଜିତ ହେବ ନାହିଁ ।

ରଣଜୀ ଟ୍ରଫି ଟେଷ୍ଟ ଫର୍ମାଟରେ ଏବଂ ବିଜୟ ହଜାରେ ଦିନିକିଆ ଶୈଳୀରେ ଖେଳା ଯାଇଥାଏ । ଅଧିକାଂଶ ଆସୋସିଏଶନ ବିଜୟ ହଜାରେ ସପକ୍ଷରେ ମତ ଦେଇଥିଲେ । ୩୧ ଜାନୁୟାରୀରେ ସୟେଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲ ମ୍ୟାଚ ତାମିଲନାଡୁ ଓ ବରୋଦା ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.