Latest Odisha News

BREAKING NEWS

ଦନ୍ତେୱାଡା ବିସ୍ଫୋରଣ: ଘରୋଇ ଗାଡ଼ିରେ କାହିଁକି ଯାଉଥିଲେ ଯବାନ ?ଫେରିବା ରାସ୍ତା କାହିଁକି ବଦଳାଇଲେନି

ଦନ୍ତେୱାଡା: ଛତିଶଗଡ ନକ୍ସଲ ଆକ୍ରମଣରେ ଡ୍ରାଇଭରଙ୍କ ସମେତ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନମାନେ ହେଲେ ଜୋଗୋ ସୋଡି, ମୁନ୍ନାରାମ କଡତି, ସନ୍ତୋଷ ଡାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ରହିଛନ୍ତି । ସେହିପରି ମୃତ ଡ୍ରାଇବରଙ୍କ ନାଁ ଧନୀରାମ ଯାଦବ

ନକ୍ସଲ ଆକ୍ରମଣ ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ସୁରକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟି  ସାମ୍ନାକୁ ଆସିଛି । ଦନ୍ତେୱାଡାର ଅରନପୁରରେ ଶୀର୍ଷ ମାଓନେତାଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା । ତେଣୁ ଡିଆରଜି (ଡିଷ୍ଟ୍ରିକ ରିଜର୍ଭ ଗାର୍ଡ) ଯବାନ ନକ୍ସଲ ବିରୋଧୀ ଅପରେଶନରେ ଏହି ଅଞ୍ଚଳକୁ ଯାଇଥିଲେ । ଫେରିବା ବାଟରେ ଏହି ଆକ୍ରମଣ ହୋଇଥିଲା । ବିସ୍ଫୋରଣରେ ଗାଡିଟି ୨୦ ଫୁଟ ଉପରକୁ ଉଠି ଘଟଣାସ୍ଥଳରୁ ୧୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲା ।

ପ୍ରଥମ କଥା ହେଲା, ଡିଆରଜି ଯବାନ ଘରୋଇ ଭଡା ଗାଡିରେ ଯାଉଥିଲେ । ସରକାରୀ ଗାଡି ଥାଉ ଥାଉ କାହିଁକି ଘରୋଇ ଗାଡିରେ ଗଲେ ? ଏହି ଗାଡି ମାଓବାଦୀଙ୍କ ରାଡାରରେ ଥିଲା । ଏହି ଗାଡରି ରୁଟକୁ ଟ୍ରାକ କରିବା ପାଇଁ ସହଜ ହୋଇଥିଲା  ମାଓବାଦୀଙ୍କୁ ।

୨ୟ କଥା ହେଲା ଯେଉଁ ରାସ୍ତା ଦେଇ ଯାଇଥିଲେ ସେହି ରାସ୍ତା ଦେଇ ଆସିଥିଲେ । ତାଙ୍କର ଏହି ଗସ୍ତ ସମ୍ପର୍କରେ ମାଓବାଦୀ ସବୁ ସୂଚନା ପାଇ ସାରିଥିଲେ । ତେଣୁ ବିସ୍ଫୋରକ ବିଛାଇବା ତାଙ୍କ ପାଇଁ ସହଜ ହୋଇଥିଲା ।  ମାଓବାଦୀମାନେ ଏଥିପାଇଁ ୫୦ କେଜି ଆଇଡି ବ୍ୟବହାର କରିଥିଲେ । ଏଥିସହିତ ପ୍ରେସର ବୋମା ମଧ୍ୟ ବ୍ୟବହାର କରୁଥିଲେ ।

ଅନ୍ୟଏକ ସୂତ୍ରରୁ ଜଣାଯାଇଛି, ମାଓବାଦୀମାନେ ଏହି ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ କରିଛନ୍ତି । ସ୍ଥାନୀୟ ଆଦିବାସୀଙ୍କ ବିଶ୍ୱାସଭାଜନ ହେବାପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷେ ଛତିଶଗଡ ପୋଲିସ ମାଓ ଦମନ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଢିଛି ଡିଆରଜି । ଏହି ଡିଆରଜିରେ ଅଧିକାଂଶ ସ୍ଥାନୀୟ ଆଦିବାସୀ ରହିଛନ୍ତି ।

Comments are closed.