ପୁରୀ: ଧିରେ ଧିରେ ପୁରୀ ସହରରେ ବଢି ଚାଲିଛି ଅପରାଧ। ଦାଦାବଟି ପାଇଁ ଅନେକ ସମୟରେ ସହରରେ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକ। ଏମିତିକି ଦାଦାବଟି ପାଇଁ ଜଣେ ସେବାୟତ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଶ୍ରୀମନ୍ଦିର ଦରଜୀ ସେବାୟତଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ।
ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଘଟିଛି ଏପରି ଘଟଣା। ଗୁରୁତର ଆହତ ହେଉଛନ୍ତି ପ୍ରତାପ ମହାପାତ୍ର। ଦୋକାନରେ ବସିଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ କରିଛନ୍ତି ଆକ୍ରମଣ। ପ୍ରତାପଙ୍କ ହାତରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏନେଇ ଖବର ପାଇବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ।
Comments are closed.