Latest Odisha News

BREAKING NEWS

ଦାରିଦ୍ର‌୍ୟର ଆକାର କମୁଛି, ରୂପ ବଦୁଳୁଛି !

ଦୀର୍ଘ ଦିନର ଔପନେବଶୀୟ ଶାସନର ଶୀକାର ହେଲା ଭାରତ । ଶୋଷି ହୋଇଗଲା ତାକତ । ପଠାନ୍ ମୋଗଲ ଶାସନ ବ୍ୟବସ୍ଥାରେ ଯାହାସବୁ ଲୁଟ୍ ତରାଜରେ ଆକ୍ରାନ୍ତ ହେଉଥିଲେ ପ୍ରଜାମାନେ ତାହା କିନ୍ତୁ ଦେଶ ଭିତରେ ରହୁଥିଲେ । ମାତ୍ର ଔପନିବେଶୀୟ ଇଂରେଜ ଶାସନ ସମୟରେ ଏହା ଭାରତ ବାହାରକୁ ଯାଉଥିଲା । ଏଠି ଅଭାବ ଅନାଟନର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିଲା । ରୁଗ୍ଣ ହେଲା ଭାରତର ଅର୍ଥନୀତି, ଦାଦାଭାଇ ନାରୋଜୀ ଏହାର ହିସାବ ଦେଲେ । ପରେ ୧୯୪୭ ଅଗଷ୍ଟ ୧୫ରେ ଶାସନ ହସ୍ତାନ୍ତର ହେବାବେଳକୁ ଆର୍ଥିକ ଅନାଟନ ନେଇ ଭାରତ ଆଉ ପେଟର କ୍ଷୁଧା ନେଇ ଭାରତର ଅଗଣିତ ମଣିଷ କେବଳ ରହିଥିଲେ । ଏପରି ଏକ ଦୁଃସ୍ଥିତିରୁ ମୁକାଳିବା ନିମନ୍ତେ ସ୍ୱାଧୀନତା ପରେ ଯେ ଉଦ୍ୟମ ହୋଇନାହିଁ ତା ନୁହେଁ, ପି.ଏଲ୍. ୪୮୦ ଚୁକ୍ତିରେ ବିଦେଶରୁ ଗହମଗୁଣ୍ଡ ଗହମଗୁଣ୍ଡ ଆସିଲେ, କ୍ଷୀରଗୁଣ୍ଡ ଆସିଲେ ଆମ ଲୋକ ଆମ ପିଲାଏ ବଂଚୁଥିଲେ ।

ଗ୍ରୀନ୍ ରିଭଲ୍ୟୁସନ୍ ହେଲା । ଖାଦ୍ୟର ସ୍ୱାବଲମ୍ବନଶୀଳତା ବୃଦ୍ଧି ପାଇଲା । ହ୍ୱାଇଟ୍ ରିଭଲ୍ୟୁସନ୍ ହେଲା । କ୍ଷୀର ଉତ୍ପାଦନ ବଢ଼ିଲା – ଷାଠିଏ ଦଶକରେ ଅମୁଲ, ବିଜୟା, ମଦର ଡାଏରୀ ଆତ୍ମନିର୍ଭରଶୀଳତାର ସ୍ୱାକ୍ଷର କଲେ । ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ପଚାଶ ଦଶକ, ଷାଠିଏ ଦଶକ, ସତୁରୀ ଦଶକରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ନିଆ ଯାଇଥିଲା । ଆଠଟି ଅତ୍ୟାବଶ୍ୟକ ବ୍ୟବସ୍ଥା (Core Sectors) ରେ ଗୁରୁତ୍ୱ ଦିଆଗଲା । ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ଏହି ସେକ୍ଟରଗୁଡ଼ିକକୁ ସଜାଗଲା । ଲୋକଙ୍କ ପାଖରେ ଅର୍ଥ ପହଂଚାଇବା ପାଇଁ ବ୍ୟାଙ୍କ ଜାତୀୟକରଣ ହେଲା । ଅନେକ ଭାବରେ ତଳସ୍ତରରେ ଆର୍ଥିକ ବିକାଶର ପଥ ଖୋଲିଲା । ବିକାଶ ଯେ ନ ହେଲା ତା’ ନୁହେଁ, ମାତ୍ର ଦେଖାଗଲା ଦେଶରେ ଦରିଦ୍ର ସଂଖ୍ୟା ବୃଦ୍ଧି ପାଇଲା । ଅନୁମାନ କରାଗଲା ଲୋକସଂଖ୍ୟା ହୁ ହୁ ବଢ଼ିଥିବା ଦୃଷ୍ଟିରୁ ଏପରି ଘଟୁଛି । ଦାରିଦ୍ର‌୍ୟ ସଂଖ୍ୟା ଚିହ୍ନଟ ପାଇଁ ଦଣ୍ଡକର – ରଥ ଫର୍ମୁଲା ଅନୁସାରେ ସୀମାରେଖା ଧାର୍ଯ୍ୟ ହେଲା ଏବଂ ଦରିଦ୍ର ବୋଇଲେ ବ୍ୟକ୍ତିକୁ ତାଙ୍କ କର୍ମକ୍ଷେତ୍ର ଅନୁସାରେ୨୪୦୦ ରୁ ୨୮୦୦ କିଲୋ କ୍ୟାଲୋରୀ ପ୍ରାପ୍ତିର ବ୍ୟବସ୍ଥା ନଥିବା ବ୍ୟକ୍ତିଙ୍କୁ ହିଁ ଦରିଦ୍ର ବୋଲି ହିସାବ କରାଗଲା । ପରବୀ ଅବସ୍ଥାରେ ଏହି ଗଣିତ ଧାରା ପରିବନ ହେଲା । ଆୟ ଅନୁସାରେ ଗୋଟିଏ ମାପକ ନିଆଯାଇ ତା ତଳେ ଥିବା ଲୋକଙ୍କୁ ଦରିଦ୍ର ବୋଲି କୁହାଗଲା । ଏହା ମଧ୍ୟ ତୃଟିପୂର୍ଣ୍ଣ ଥିଲା । ସେଥିପାଇଁ କେନ୍ଦ୍ର ସରକାରର ରୁରାଲ ଡେଭଲପ୍ମେଂଟ ମିନିଷ୍ଟ୍ରି ଓ ଯୋଜନା କମିଶନ ବ୍ୟକ୍ତିର ବ୍ୟୟ ଆଧାରରେ ନିର୍ଣ୍ଣୟ କଲେ । ଏହାକୁ ପରକାପିଟା ମଂଥଲି (Per-capita Monthly expenditure) ଆୟ ଭିକ ସୀମା ନିର୍ଦ୍ଧାରଣ କୁହାଗଲା । ଦେଶର ଯୋଜନା କମିଶନ ଏହି ଆଧାରରେ ଦାରିଦ୍ର‌୍ୟ ସୀମା ନିର୍ଦ୍ଧାରଣ ପାଇଁ ସୁରେଶ ତେନ୍ଦୁଲକର ଓ ଏନ୍.ସି ସାକ୍ସେନା ଦୁଇଗୋଟି କମିଟି ଗଠନ କରି ହିସାବ ଆରମ୍ଭ କଲେ । ମାତ୍ର ଏହା ସଂପୂର୍ଣ୍ଣ ସଠିକ୍ ନିର୍ଣ୍ଣୟ ନୁହେଁ ବୋଲି ଅନେକ ଅର୍ଥନୀତିଜ୍ଞ ମତ ଦେଲେ ଏବଂ ଏକ ମଲ୍ଟି ଡାଇମେନ୍ସନାଲ ପଭର୍ଟିର ସଂଜ୍ଞା ଅନୁସାରେ କରାଯିବା ପାଇଁ ମତ ଦେଲେ । ରଘୁ ରାଜନ କମିଟି ଓ ମାନ୍ୟବର ସୁପ୍ରିମକୋର୍ଟ ମତ ଅନୁସାରେ ଏବେ ଦାରିଦ୍ର‌୍ୟ ସୀମାରେଖାର ସିଦ୍ଧାନ୍ତ ନିଆଯାଇଛି ଓ ସଂଖ୍ୟା ନିରୂପଣ ହେଉଛି । ତାହା ପୂର୍ବରୁ ଯୋଜନା କମିଶନ ଏହା ସ୍ୱୀକାର କରି ନେଇଥିଲେ ଓ ପରେ ନିତୀ ଆୟୋଗ ଚାଲୁ ରଖିଛନ୍ତି । ଏହାସବୁ ଦାରିଦ୍ର‌୍ୟ ନିର୍ଣ୍ଣୟର ହିସାବ ।

ମାତ୍ର ଦୂରୀକରଣ ପାଇଁ ୧୯୭୪ ମସିହାରୁ ଅନେକ କେନ୍ଦ୍ରୀୟ ପ୍ରବତ ଯୋଜନା ମାନ ହେଲା । ଯାହାସବୁ ଏକଡ଼ ସେକଡ଼ ହୋଇ ଆଜିପର୍ଯ୍ୟନ୍ତ ଚାଲୁ ରହିଛି । ସେଥିମଧ୍ୟରେ ୨୦୦୫ ରୁ ଚାଲୁ ହେବା ମହାତ୍ମାଗାନ୍ଧୀ ନାରେଗା କାର୍ଯ୍ୟକ୍ରମରେ ଲୋକଙ୍କୁ କାମ ଯୋଗାଇବା, ଫୁଡ୍ ସିକ୍ୟୁରିଟି ଆକ୍ଟ ୨୦୧୩ ଅନୁସାରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସୋସିଆଲ ସିକ୍ୟୁରିଟି ଆକ୍ଟ ୨୦୦୮ ରେ ବାର୍ଦ୍ଧକ୍ୟଭ ଯୋଗାଣ ଆଦି ଅଧିକ ପ୍ରଣିଧାନ । ବାର୍ଦ୍ଧକ୍ୟଭ ଗୁରୁତ୍ୱ ପୂର୍ଣ୍ଣ ଶିକ୍ଷା ସୁରକ୍ଷା (Right to Education) ପ୍ରଭୃତି ମଧ୍ୟ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ ବୋଲି ଧରାଯାଏ । ଏପରି ସବୁ ଯୋଜନା ବଢ଼ି ଚାଲିଛି ଏଥିସହିତ ଗରିବଙ୍କୁ ଘର ଯୋଗାଇବା (ଆବାସ ଯୋଜନା ମିଶିକରି ଅଛି) । ୧୧-୧୨ରେ ସମସ୍ତ ଦରିଦ୍ର ଦୁରୀକରଣ ଯୋଜନା ସଂଖ୍ୟା ୧୪୭ଥିଲା । ଏହିସବୁ ଯୋଜନାର ନାମ ବଦଳାଇ ବା ମିଶାଣ ଫେଡାଣ କରି ଏବେ ୩୩ ଗୋଟି ସିଧାସଳଖ ଓ ୪୪ଗୋଟି ପରୋକ୍ଷ ସହାୟକ ଯୋଜନା ଚାଲୁଛି ।

ଯୋଜନା ସମେତ ଅନେକ ସବ୍ସିଡି ବା ରିହାତି ଦରିଦ୍ର ଦୂରୀକରଣ ନାମରେ ରଖାଯାଇଛି । ସେ ବାବଦରେ ବର୍ଷକୁ ଅନ୍ତତଃ ୪ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

ଏତେସବୁ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ୧୯୭୪ ମସିହାରୁ ଚାଲି ଆସିଛି । ଏଥିରେ ଯେ ସୁଫଳ ମିଳିନାହିଁ ତା’ ନୁହେଁ, ଦାରିଦ୍ର‌୍ୟର ଆନୁପାତିକ ହାର ଯଥେଷ୍ଟ କମିଛି । ଏଇ ଯେପରି ଓଡ଼ିଶାରେ ଗତ ୨୦ବର୍ଷ ମଧ୍ୟରେ ପାଖାପାଖି ୨୪% ଦାରିଦ୍ର‌୍ୟ ହାର କମିଛି, ଅନ୍ୟ ରାଜ୍ୟମାନଙ୍କରେ ହେଉ ବା ଜାତୀୟ ସ୍ତରରେ ହେଉ କମିଛି । ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ପୁଷ୍ଟିହୀନତା ହାର ମଧ୍ୟ କମିଛି । ବାସଗୃହ ଅବସ୍ଥା ହେତୁ ବାତ୍ୟାବନ୍ୟାରେ ମୃତ୍ୟୁ ସଂଖ୍ୟା କମିଛି ।

ତଥାପି ବିଡ଼ମ୍ବନାର ବିଷୟ ଯେ ଦାରିଦ୍ର‌୍ୟ କଷଣ ଅନ୍ୟ ରୂପରେ ପ୍ରକଟିତ ହେଉଛି ।

ଚାଷୀ ମୃତ୍ୟୁ ସଂଖ୍ୟା ବଢ଼ିଛି । ଅର୍ଥ ଅଭାବରୁ ଚିକିତ୍ସାରେ ଅବହେଳା ପ୍ରବଳରୁ ପ୍ରବଳତର ଅନୁଭୂତି ହେବାରେ ଲାଗିଛି । ଛୁଆ ବିକ୍ରୀ ବଢ଼ୁଛି, ପରିବାରର ଆତ୍ମହତ୍ୟା ବଢ଼ୁଛି ।

ଦାରିଦ୍ର‌୍ୟ ଦୂରୀକରଣ ଯୋଜନାର ସଫଳତା ମିଳିଥିବା ଦାବୀ ହେଉଥିଲେ ମଧ୍ୟ ଗୋଟିଏ ବ୍ୟବସ୍ଥା ଉକ୍ରଟ ହେବାରେ ଲାଗିଛି । ବେରୋଜଗାରୀ ବା ବେକାରୀ ବଢ଼ିବା ସହିତ ପ୍ରତ୍ୟେକ ବ୍ୟକ୍ତିର କ୍ରୟ ଶକ୍ତି ଗତ କିଛିବର୍ଷ ହେବ କମିବାରେ ଲାଗିଛି । ଆଂଚଳିକ ବୈଷମ୍ୟ ବୃଦ୍ଧି ପାଉଛି । ଏହା ସହିତ ବ୍ୟକ୍ତିର ଆୟ ବୈଷମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପାଖାପାଖି ଲୋକଙ୍କର ମାସିକ ବ୍ୟୟ ତାଲିକା ଦେଖିଲେ ମୋଟ ୭୦% ରୋଜଗାରର ୭୫% ରୁ ଉଦ୍ଧ୍ୱର୍ କେବଳ ଖାଇବାରେ ଖର୍ଚ୍ଚ ହୋଇଥାଏ । ଏହାହିଁ ଉକ୍ରଟ ଲକ୍ଷଣ । ଏଥିରୁ ଉଦ୍ଧାର ନହେଇ ଦାରିଦ୍ର‌୍ୟ ରୂପ ବଦଳାଇ ଅନ୍ୟ ରୂପରେ ଆତଙ୍କ ସୃଷ୍ଟି କରିବ ।

(ଲେଖକ ଜଣେ ବରିଷ୍ଠ ରାଜନେତା ଓ ସ୍ତମ୍ଭକାର)

Leave A Reply

Your email address will not be published.