Latest Odisha News

ମହାନଦୀରେ ଭାସିଗଲେ ୬ ଯୁବତୀ, ୫ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବଡବଜାର ନିକଟସ୍ଥ ମହାନଦୀରେ ୬ ଜଣ ଯୁବତୀ ଗାଧୋଉଥିବା ସମୟରେ ଅଚାନକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ଟା ବେଳେ ଉକ୍ତ ଯୁବତୀମାନେ ନଦୀରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅଚାନକ ଭାସିଯିବାରୁ ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଫଳରେ ସେମାନେ ମଧ୍ୟ ନଦୀର ପ୍ରଖରସ୍ରୋତରେ ଭାସିଯାଇଥିଲେ ।

ଖବର ପାଇ ସ୍ଥାନୀୟ ବାସିନ୍ଦା ତଥା ଅଗ୍ନିଶମ କର୍ମଚାରୀମାନେ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଆଉ ଜଣଙ୍କର ପତ୍ତା ମିଳିପାରିନଥିଲା । ନିଖୋଜ ଯୁବତୀ ଜଣକ ପିଙ୍କି ବିଶ୍ୱକର୍ମା ବୋଲି ଜଣାପଡିଛି ।

Leave A Reply

Your email address will not be published.