Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା ହେଲା ଦାରିଙ୍ଗବାଡି

ବାଲିଗୁଡା: ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା ହେଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳର ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବେଶପଥକୁ ସିଲ କରିଦିଆଯାଇଛି ଅନ୍ୟପଟେ ଏହି ଅଞ୍ଚଳର ସମସ୍ତ ଦୋକାନ ବଜାରକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.