Latest Odisha News

BREAKING NEWS

ଆଓ ଟିଭି ପକ୍ଷରୁ ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ ’

ଭୁବନେଶ୍ୱର : ରଥ ଯାତ୍ରା ଅବସରରେ ଆଓ ଟିଭି ପକ୍ଷରୁ ଓଟିଟି ପ୍ଲାଟଫର୍ମକୁ ଆସିଛି ଐତିହାସିକ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ ’ । ଚଳଚ୍ଚିତ୍ରର ନାୟକ ତଥା ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି ବଟନ ଦବାଇ ଚଳଚ୍ଚିତ୍ରର ଡିଜିଟାଲ ଷ୍ଟ୍ରିମିଂ ବା ପ୍ରଦର୍ଶନର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୌସ୍ତୁଭ୍ ଡ୍ରିମ ୱାର୍କସର ସିଇଓ ତଥା ଆଓ ଟିଭିର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ, ଭାଇସ ପ୍ରେସିଡେଷ୍ଟ ସିଦ୍ଧାର୍ଥ ମହାପାତ୍ର ଓ ଚିଫ୍ କ୍ରିଏଟିଭ୍ ଅଫିସର ରଂଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ରଥଯାତ୍ରା ବେଳେ ଏପରି ଜଗନ୍ନାଥଙ୍କ ସହ ଜଡିତ ଏକ ଐତିହାସିକ ଚଳଚ୍ଚିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଓ ଟିଭି ପକ୍ଷରୁ କୁହାଯାଇଛି ।

ପୁରୁଣା ଓଡିଆ ଚଳଚ୍ଚିତ୍ର ଦେଖିବା ପାଇଁ ଏବେ ଆଉ କୌଣସିି ସୁବିଧା ନ ଥିବା ବେଳେ ଆଓ ଟିଭି ଦେଇଛି ଏହି ସୁଯୋଗ । କେବଳ ଭକ୍ତ ସାଲବେଗ ନୁହେଁ ପୂର୍ବରୁ ‘ଦଣ୍ଡା ବାଳୁଙ୍ଗା’, ‘ମା ଓ ମମତା’, ‘ସୂର୍ଯ୍ୟମୁଖୀ’, ‘ରକ୍ତଗୋଲାପ’, ‘ଫୁଲ ଚନ୍ଦନ’ ପରି ଅନେକ ଚଳଚ୍ଚିତ୍ରର ଷ୍ଟ୍ରିମିଂ ହୋଇସାରିଛି ।

ଓଡିଆ ମନୋରଂଜନ ଜଗତରେ ପାଦ ଥାପିଥିବା ଓଡିଶାର ପ୍ରଥମ ସ୍ୱାଧୀନ ୱେବ ଆପ୍‌କୁ ଖୁବ୍ କମ ଦିନରେ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି । ଏହା ମାଧ୍ୟମରେ ଦର୍ଶକ ଦେଖି ପାରୁଛନ୍ତି ବହୁ ନୂଆ ପୁରୁଣା ଚଳଚ୍ଚିତ୍ର, କ୍ଷୁଦ୍ର ସିନେମା, ଆଓ ଅରିଜିନାଲ ୱେବ ସିରିଜ, ମ୍ୟୁଜିକ୍ ଆଲବମ୍ ଓ ଛୋଟ ଛୋଟ ପିଲାଙ୍କ ପାଇଁ ମଜାଦାର କାର୍ଟୁନ । ଆଣ୍ଡ୍ରଏଡ୍ ମୋବାଇଲରୁ ଆଓ ଟିଭି ଆପ୍ ଡାଉନଲୋଡ୍‌ ଓ ସବସ୍କ୍ରାଇବ୍‌ କରି ହାତ ପାହାନ୍ତାରେ ପାଇପାରିବେ ମନୋରଂଜନର ଅସରନ୍ତି ଖୋରାକ ।

ଆଓ ଟିଭି ପକ୍ଷରୁ ଆଗକୁ ଷ୍ଟ୍ରିମିଂ ଅପେକ୍ଷାରେ ରହିଛି ୱେବ ସିରିଜ ‘ଆୟୁଷ୍ମାନ ମସ୍ତରାମ’, ‘ଲେଡିଜ୍ ହଷ୍ଟେଲ’, ‘କ୍ଲବ ୬୯’ ଇତ୍ୟାଦି ।

Leave A Reply

Your email address will not be published.