ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ତଥା ଓଡିଶାର କଶ୍ମୀର ଦାରିଙ୍ଗିବାଡିରେ ମଙ୍ଗଳବାର ସକାଳେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗିବାଡିରେ ପାରଦ ୭.୫ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ସୋମବାର ଦିନ ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ମଙ୍ଗଳବାର ଦିନ ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି – ଚାନ୍ଦବାଲି (୧୪.୬), ବରିପଡା (୧୪.୫), ଝାରସୁଗୁଡା (୧୨.୬), କେନ୍ଦୁଝର (୧୨), ହୀରାକୁଦ (୧୪.୨), ଭବାନୀପାଟନ (୧୩), ବଲାଙ୍ଗୀର (୧୨.୫), କୋରାପୁଟ (୧୪), ଫୁଲବାଣୀ (୧୨), ଟିଟଲାଗଡ (୧୧.୮) ଏବଂ ସୋନେପୁର (୧୩.୫) ରହିଛି।
Comments are closed.