Latest Odisha News

କରଣ ଜୋହରଙ୍କ ଘରେ ପାର୍ଟି ପରେ କରୋନା ପଜିଟିଭ୍ ହେଲେ ସୀମା, କରିନା, ଅମୃତା ଆରୋରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଓ ଅମୃତା ଆରୋରା କରୋନା ପଜିଟିଭ୍ ପରେ ଆକ୍ସନ ମୁଡକୁ ଆସିଛି ବିଏମସି । କରିନା ଓ ଅମୃତାଙ୍କ ଘର ଆଗରେ ବିଏମସି ପକ୍ଷରୁ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ କରାଯାଇଛି । ଏମାନଙ୍କର ବିଲଡିଂ ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ୍ କରାଯିବ । ସେହିପରି ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଘର ବି ସାନିଟାଇଜ୍ କରିବ ବିଏମସି ।

କୁହାଯାଉଛି କରଣ ଜୋହରଙ୍କ ଘରେ ପାର୍ଟିରୁ ମାଡିଛି କରୋନା । ସେଠାରେ କରିନା ଓ ଅମୃତା ଯୋଗ ଦେଇଥିଲେ । ସେହି ପାର୍ଟିରେ ସାମିଲ ହୋଇଥିବା ମାହିପ କପୁର ଓ ସୀମା ଖାନ୍ ବି ସଂକ୍ରମିତ ହୋଇଛନ୍ତି । ଏହି ଚାରି ଜଣ ପରସ୍ପର ସଂସ୍ପର୍ଶରେ ଆସିଥିଲେ । ଏମାନେ ବିଭିନ୍ନ ସମୟରେ ଗେଟ୍ ଟୁ ଗେଦରରେ ଭେଟଘାଟ ହୁଅନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୀମା ଖାନ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ । ଗତ ୮ ତାରିଖରେ କରଣ ଜୋହରଙ୍କ ଘରେ ଗେଟ୍ ଟୁ ଗେଦର ପାଇଁ ଯାଇଥିଲେ । ସେହି ପାର୍ଟିରେ ଥିଲେ କରିନା କପୁର ଓ ଅମୃତା ଆରୋରା । କଭି ଖୁସି କଭି ଗମ୍ ଫିଲ୍ମର ୨୦ ବର୍ଷ ପୂର୍ତ୍ତି ଅବସରରେ ପାର୍ଟି ରଖିଥିଲେ କରଣ ।

ଏହାପରେ ୧୧ ଡିସେମ୍ବରରେ କୋଭିଡ୍ ପଜିଟିଭ୍ ବାହାରିଥିଲେ ସୀମା ଖାନ୍ । ତାପରେ କୋଭିଡ୍ ଟେଷ୍ଟ କରାଇଥିଲେ କରିନା କପୁର ଓ ଅମୃତା ଆରୋରା । ଦୁଇ ଜଣଯାକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.