Latest Odisha News

ଦାର୍ଜିଲିଂରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ୧୮ ମୃତ; ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ:ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଦାର୍ଜିଲିଂ ଜିଲ୍ଲାରେ ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ପଡ଼ିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ରିପୋର୍ଟ ଅନୁଯାୟୀ, ମିରିକ ଏବଂ ସୁଖିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଲଗାତାର ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ରାସ୍ତା ଯାତାୟତ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଲଗାତାର ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ରାସ୍ତା ଯାତାୟାତ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ବିପତ୍ତିରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଦାର୍ଜିଲିଂରେ ଏକ ସେତୁ ଦୁର୍ଘଟଣାରେ ପ୍ରାଣହରାଇ ଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରିପ୍ରେକ୍ଷୀରେ ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ ।”

ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି X ରେ ଏକ ପୋଷ୍ଟରେ ଲେଖିଛନ୍ତି,”ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ଜୀବନହାନୀ ଘଟଣା ଦୁଃଖଦ। ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ସଫଳତା ପାଇଁ ପ୍ରାର୍ଥନା କରୁଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।”

ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ପ୍ରବଳ ବର୍ଷା ଜଲପାଇଗୁଡ଼ି, ସିଲିଗୁଡ଼ି ଏବଂ କୁଚ୍ ବିହାରକୁ ମଧ୍ୟ ପ୍ରଭାବିତ କରିଛି, ଯାହା ଫଳରେ ଅନେକ ଅଞ୍ଚଳରେ ପାଣି ଜମି ରହିଛି।

 

 

Comments are closed.