Latest Odisha News

BREAKING NEWS

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ ‘କୋରାପୁଟ ସାହିତ୍ୟ ସମ୍ମାନ’

ଭୁବନେଶ୍ବର : ଓଡ଼ିଆ ମିଡିଆ ଦ୍ୱାରା ଆୟୋଜିତ ଚତୁର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଉତ୍ସବରେ କଥାକାର ଦାଶ ବେନହୁର ଓ କବି ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ ‘କୋରାପୁଟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ।

ଦୁଇଦିନ ଧରି ଆୟୋଜିତ ହେବାକୁଥିବା ଏହି ଉତ୍ସବରେ କଳା, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗ ଉପରେ ବିଭିନ୍ନ ସଂପାନରେ ଆଲୋଚନା ହେବ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦ୍‌ଘାଟନ କରିବେ ଏବଂ କବି ହରପ୍ରସାଦ ମୁଖ୍ୟବକ୍ତା ଭାବରେ ଯୋଗଦେବେ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଉଦ୍‌ଯାପନୀ ଉତ୍ସବ ଓ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେବେ ଏବଂ ତାଙ୍କ ସହ ବରିଷ୍ଠ ଲେଖକ ଆର୍ ବାଲକ୍ରିଷ୍ଣନ୍, ଲେଖିକା ପ୍ରତିଭା ରାୟ, ତେଲୁଗୁ କବି ନିଖିଳେଶ୍ବର, ଟିମ୍‌ ଆଡମାର୍କ୍‌ର ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାହିତ୍ୟିକ ଗୌରହରି ଦାସ, ବିକ୍ରମ ଦାସ, ଜଗଦାନନ୍ଦ, ସଂଜିତ ପଟ୍ଟନାୟକ, ନାରାୟଣ ପଣ୍ଡା, କୃଷ୍ଣ ସିଂହଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ରାଜନେତା ଓ କଳାକାର ଏହି ଉତ୍ସବରେ ବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.