Latest Odisha News

BREAKING NEWS

ଦଶୀପୁର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

କଙ୍କଡାହାଡ଼: ଦଶୀପୁର ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ପ୍ରଶାସନ ତରଫରୁ ଦଶୀପୁର ଜୁନ ମାସ ୪ ତାରିଖ ସକାଳ ୭ ପର୍ଯ୍ୟନ୍ତ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି ।

କରୋନା ମହାମାରୀ ଏବେ ଗାଁ ମୁହାଁ ହୋଇଛି । ପ୍ରତିଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଅଣଦେଖା କରିବାରୁ ଅନେକ ସ୍ଥାନରେ ପରିସ୍ଥିତି ଭୟଙ୍କର ହୋଇପଡିଛି । ଖାଲି ସେତିକି ନୁହେଁ ମହାମାରୀ ସମୟରେ ଲୋକେ ସତର୍କ ରହୁନଥିବା ବେଳେ କରୋନା ହୋଇ ମଧ୍ୟ ଚିକିତ୍ସିତ ହେଉନାହାନ୍ତି । ଯାହା ଫଳରେ ଏହା ବ୍ୟାପିବାରେ ଲାଗିଛି ।

ବିଶେଷ କରି ଗାଁ ଗୁଡିକରେ ଲୋକଙ୍କ ଅସାବଧାନତା ଯୋଗୁ ଏବେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଜିଲ୍ଲା ପ୍ରଶାସନ ରିପୋର୍ଟ ଅନୁସାରେ ଦଶୀପୁର ଗ୍ରାମରେ ୨୮ ସଂକ୍ରମିତ ଚିହ୍ନଟ ହେବାପରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି ।

ଏହି ସମୟ ଭିତରେ ମେଡ଼ିକାଲ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯେଉଁ ମାନଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଛି ସେମାନଙ୍କୁ ହୋମ କ୍ୱାରେଣ୍ଟାଇନର ରଖିବା ସହିତ ମେଡ଼ିସିନ ବଣ୍ଟନ କରାଯାଉଛି | ଏହି ସମୟ ମଧ୍ୟରେ ଯେଉଁ ମାନେ ସଂକ୍ରମିତଙ୍କ ସମ୍ପର୍କ ରେ ଆସିଛନ୍ତି ସେମାନଙ୍କୁ ଟ୍ରେସିଙ୍ଗ କରି ଟେଷ୍ଟ କରିବା ପାଇଁ ଏକ ଟିମ ଲାଗିଛନ୍ତି ।

ପ୍ରଶାସନ ଓ ପୋଲିସ ବାରମ୍ବାର ସଚେତନ କଲେ ମଧ୍ୟ ଅମାନିଆ ଲୋକମାନେ ନିୟମକୁ ଖାତିର କରୁ ନାହାନ୍ତି । ଫଳରେ ପରିସ୍ଥିତି ବିଗିଡିବାରେ ଲାଗିଛି । ଆଗକୁ ଗ୍ରାମାଞ୍ଚଳ ଲୋକମାନେ ସଚେତନ ନହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଯାହାକୁ ନଜର ଅନ୍ଦାଜ କରାଯାଇନପାରେ ।।।।।

Leave A Reply

Your email address will not be published.