Latest Odisha News

ଉପହାସ ନୁହେଁ, କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଭାରତ । ଅନେକ ଲୋକ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ନିକଟରେ ଏକ ଦେଶୀ ଯୁଗାଡ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ଜଣେ ବ୍ୟକ୍ତି ନିଜ ବାଇକକୁ ବେଶ ସରଳ ତଥା ପ୍ରଭାବି ଢଙ୍ଗରେ ସଜ୍ଜିତ କରିଛନ୍ତି । ଯାତ୍ରୀଙ୍କୁ ନେବା ଆଣିବା କାମରେ ନିଜକୁ ନ୍ୟସ୍ତ କରିଥିବା ବ୍ୟକ୍ତି ଜଣକ ବାଇକର ଚାରିପଟେ ପଲିଥିନ୍ ଘୋଡାଇ ରଖିଛନ୍ତି । ବ୍ୟକ୍ତି ଜଣକ ନିଜ ସହ ଯାତ୍ରୀଙ୍କୁ ମଧ୍ୟ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କିଛି ଏପରି ଉପାୟ ଅବଲମ୍ବନ କରିଛନ୍ତି । ତେବେ ଯାତ୍ରୀଙ୍କ ପାଇଁ ସେ ନିଜ ବାଇକରେ ଯଥେଷ୍ଟ ଦୂରତା ଅବଲମ୍ବନ କରି ଏକ ପ୍ଲାଷ୍ଟିକ ଚେୟାର ମଧ୍ୟ ଲଗାଇଛନ୍ତି । ଏହି ଭିଡିଓଟି କେଉଁ ଅଂଚଳରୁ ଆସିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.