Latest Odisha News

BREAKING NEWS

ଦଶପଲ୍ଲା ବିଧାନସଭା ହାତେଇଲେ ବିଜେଡି ପ୍ରାର୍ଥୀ ରମେଶ

ଦଶପଲ୍ଲା: ଦଶପଲ୍ଲା ହାତେଇଲା ବିଜେଡି । ନୟାଗଡ ଦଶପଲ୍ଲା ବିଧାନସଭାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା । ରାଜ୍ୟରେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ଭିତରେ କେତେକାଂଶରେ କିଏ ବିଜୟୀ, ତାହା  ପ୍ରକାଶ ପାଇଯାଇଛି । ଅଧିକାଂଶ ବିଜେପି ଗଡ ଭାବେ ଅଧିକୃତ ହୋଇଥିବା ବେଳେ ଦଶପଲ୍ଲାରେ ବିଧାନସଭା ଆସନ ହାତେଇଛି ବିଜେଡି । ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକଙ୍କୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ ରମେଶ ବେହେରା ।

ରାଜ୍ୟ ତଥା ଦେଶରେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ଭିତରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହେବାକୁ ଯାଉଛି। ବିଜେପି ବିଜୟ ପଥରେ ଆଗକୁ ବଢୁଥିବା ବେଳେ ପଛରେ ବହୁ ପଛରେ ପଡିଯାଇଛି  ଶାସକ ବିଜେଡି। ଏମିତିକି ଏଥର ରୋଚକ ନିର୍ବାଚନରେ ବିଜେଡିର ବହୁ ଟାଣୁଆ ନେତା ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ବିଜେପି ନେତା।  ସବୁଠି ଟ୍ରେଣ୍ଡ କରୁଛି ବିଜେପି ।

Leave A Reply

Your email address will not be published.