Latest Odisha News

BREAKING NEWS

ବିଭିନ୍ନ ଦେଶରୁ ଗୁପ୍ତ ତଥ୍ୟ ଚୋରି କରୁଛି ଚାଇନା କମ୍ୟୁନିଷ୍ଟ ପାର୍ଟି

ନୂଆଦିଲ୍ଲୀ: ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ବିଭିନ୍ନ ଦେଶରେ ଗୁପ୍ତ ତଥ୍ୟ ଚୋରି କରିବା ପାଇଁ ରଚିଥିବା ଷଡଯନ୍ତ୍ର ପର୍ଦ୍ଦାଫାଶ୍ ହୋଇଛି । ସିସିପି ସଦସ୍ୟମାନେ ବ୍ୟାଙ୍କ, ପ୍ରତିରକ୍ଷା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ କାର୍ଯ୍ୟ କରି ଡାଟା ଚୋରି କରି ଚାଇନାକୁ ଯୋଗାଉଥିଲେ । ବ୍ରିଟେନର ଚାଇନା ଦୂତାବସଠାରୁ ଆରମ୍ଭ କରି କେତେକ ବିଶ୍ୱବିଦ୍ୟାଳୟ ଏବଂ କମ୍ପାନୀରେ ମଧ୍ୟ ଏମାନେ କାର୍ଯ୍ୟ କରୁଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମେରିକାର ବୋଇଙ୍ଗ, କ୍ୱାଲକୋମ୍ ଏବଂ ଫାଇଜର କମ୍ପାନୀରେ ମଧ୍ୟ ସିସିପି ସଦସ୍ୟ ଡାଟା ଚୋରି କରିଥିଲେ । ଭାରତରେ ଏ ନେଇ କୌଣସି ତଥ୍ୟ ସମ୍ମୁଖକୁ ଆସି ନାହିଁ । ବ୍ରିଟେନ, ଆମେରିକା ଏବଂ ଅଷ୍ଟ୍ରେଲିଆକୁ ସେମାନେ ବିଶେଷ ଭାବେ ଟାର୍ଗେଟ କରିଥିଲେ ।

Leave A Reply

Your email address will not be published.