Latest Odisha News

BREAKING NEWS

ଫେବ୍ରୁଆରି ୧୧ ଯାଏଁ ଚଣ୍ଡୀଗଡରେ ହୁକ୍କା ବାର୍ ବ୍ୟାନ୍

ଚଣ୍ଡୀଗଡ: କରୋନା ପରିସ୍ଥିତିରେ ଆଶାନୁରୂପ ସୁଧାର ଆସିନଥିବାରୁ ଚଣ୍ଡୀଗଡରେ ହୁକ୍କା ଉପରେ ନିଷେଧାଦେଶକୁ ବୃଦ୍ଧି କରିିଛି ପ୍ରଶାସନ । ଆସନ୍ତା ଫେବ୍ରୁଆରି ୧୧ ଯାଏଁ ସହରର ସବୁ ହୁକ୍କା ବାର୍ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆଗରୁ ଚଣ୍ଡୀଗଡରେ ହୁକ୍କା ବାର୍‌କୁ ଅକ୍ଟୋବର ୧୪ରୁ ଡିସେମ୍ବର ୧୨ ତାରିଖ ଯାଏ ବନ୍ଦ କରାଯାଇଥିଲା । ଏବେ ବି କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏହି କଟକଣାକୁ ଆହୁରି ୨ ମାସ ବୃଦ୍ଧି କରା ଯାଇଛି ।

ଜିଲ୍ଲାପାଳ ମନଦୀପ ସିଂହ ବାର୍ ଏ ସଂପର୍କିତ ଏକ ନିର୍ଦ୍ଦେଶାନାମା ଜାରି କରି କହିଛନ୍ତି, ହୋଟେଲ, ରେସ୍ତେରାଁ, ବାର‌୍‌ରେ ହୁକ୍କା ଜରିଆରେ ଧୂପମାନକୁ ବାରଣ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନ ସେକସନ୍ ୧୪୪ ଅନୁସାରେ ଏହି ସହରରେ ହୁକ୍କା ବାର୍ ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହି କଟକଣା ଡିସେମ୍ବର ୧୪ରୁ ଫେବ୍ରୁଆରି ୧୧ ତାରିଖ ଯାଏଁ ବଳବତ୍ତର ରହିବ ।

ଜିଲ୍ଲାପାଳ କହିଛନ୍ତି, ଗୋଟିଏ ହୁକ୍କା ଜରିଆରେ ଏକାଧିକ ଲୋକ ଧୂମପାନ କରୁଥିବାରୁ କରୋନା ବ୍ୟାପିବାର ଆଶଙ୍କା ଅଛି । କାରଣ ସମସ୍ତେ ଗୋଟିଏ ବାଉଲ୍‌, ଗୋଟିଏ ପାଇପ୍ ଓ ଗୋଟିଏ ମାଉଥ୍ ପିସ୍ ହୋସ୍ ବ୍ୟବହାର କରନ୍ତି । ଏହା ଦ୍ୱାରା ଜଣକର ମୁହଁର ଲାଳ ଅନ୍ୟ ଜଣକର ମୁହଁରେ ଲାଗିବାର ଆଶଙ୍କା ଅଛି । କରୋନା ବ୍ୟାପିବାରେ ଏହା ସହାୟକ ହେବ, ଯାହାକି ଘାତକ ସାବ୍ୟସ୍ତ ହୋଇପାରେ । ତେଣୁ ହୁକ୍କା ବ୍ୟାନକୁ ଫେବ୍ରୁଆରି ୧୧ ଯାଏଁ ବଢାଇ ଦିଆ ଯାଇଛି ।

Leave A Reply

Your email address will not be published.