Latest Odisha News

BREAKING NEWS

ଘରୁ ଲୁଚି ଚାଲିଯାଇଥିବା ଝିଅ ଲାଗି ଶୁଦ୍ଧିକ୍ରିୟା ନିଷ୍ପତ୍ତି ନେଲେ ବାପା !

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ଜଣେ ବାପା ତାର ଜୀବିତ ଝିଅକୁ ମୃତ ଘୋଷଣା କରିବା ସହ ଝିଅର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭୋପାଳ ଜିଲ୍ଲା କୁଚରୋଦ ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ତାର ପ୍ରେମିକ ସହ ଘରୁ ଲୁଚି ପଳାଇଥିଲା । ଘଟଣା ଜାଣିବା ପରେ ତାର ବାପା ଗୋପାଳ ମଣ୍ଡୋର ଝିଅ ଉପରେ ଭୀଷଣ ରାଗି ଯାଇଥିଲେ । ଯାହାଫଳରେ ଗୋପାଳ ନିଜ ଜୀବିତ ଥିବା ଝିଅକୁ ମୃତ ଘୋଷଣା କରିଥିଲେ ।

ଖାଲି ସେତିକି ନୁହେଁ ଝିଅର ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ନିଜ ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଗୋପାଳଙ୍କ ଏଭଳି ବିଚିତ୍ର କାର୍ଯ୍ୟ ଗ୍ରାମବାସୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

ଘଟଣାଟି ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

Leave A Reply

Your email address will not be published.