Latest Odisha News

ଏଣିକି ବାପା/ମାଙ୍କ ଅନ୍ତେ ଝିଅକୁ ମିଳିବ ଚାକିରି

ଭୁବନେଶ୍ବର: ଏଣିକି ବାପାଙ୍କ ଅନ୍ତେ ଝିଅଙ୍କୁ ମିଳିବ ଚାକିରି । ସରକାରୀ ଚାକିରିରେ କାର୍ଯ୍ୟରତ ଥିବା ବେଳେ ବାପାଙ୍କ ମୃତ୍ୟୁ ହେଲେ ତାଙ୍କ ଅନ୍ତେ ତାଙ୍କ ଝିଅ ଉକ୍ତ ଚାକିରିରେ ଥଇଥାନ ହୋଇପାରିବେ । ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ଝିଅ ବିବାହିତ ହୁଅନ୍ତୁ କି ଅବିବାହିତ କି ସାବତ ଝିଅ ତାଙ୍କୁ ବାପା/ମାଙ୍କ ଚାକିରିରେ ନିଯୁକ୍ତି କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ତେବେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରତ ସମୟରେ ବିୟୋଗ ପରେ କେବଳ ତାଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଓ ତାଙ୍କର ପୁଅକୁ ହିଁ ଉକ୍ତ ଚାକିରିରେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳୁଥିଲା । ହେଲେ ଏବେ ଝିଅମାନଙ୍କୁ ମଧ୍ୟ ଏଥିରେ ଥଇଥାନ କରିବାର ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ବାପା/ମାଙ୍କ ଅନ୍ତେ ତାଙ୍କ ଝିଅ ଏହାର ସୁଯୋଗ ପାଇବେ । ବାପା/ମାଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ କିମ୍ବା ସାବତ ଝିଅ ସେ ବିବାହିତ ହୁଅନ୍ତୁ କି ଅବିବାହିତ ଏଥିରେ ନିଯୁକ୍ତି ପାଇବେ । ଥଇଥାନ ଯୋଜନାରେ ବାପା/ମାଙ୍କ ବିୟୋଗ ପରେ ଯଦି ଝିଅ ଚାହେଁ ତାହେଲେ ଝିଅକୁ ମଧ୍ୟ ନିଯୁକ୍ତି ମିଳିବ ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ବନ୍ଦର, ଅଗ୍ନିବୀର ଓ ଝିଅଙ୍କୁ ବାପାଙ୍କ ଚାକିରିରେ ଥଇଥାନ ଭଳି ତିନୋଟି ପ୍ରସ୍ତାବରେ ମୋହର ବାଜିଛି ।

Comments are closed.