Latest Odisha News

BREAKING NEWS

ଶ୍ୱଶୁରକୁ ହାଣି ଦେଲା ବୋହୂ

ଯାଜପୁର: ପାରିବାରିକ କଳହରୁ ହତ୍ୟା । ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ହତ୍ୟାକାରୀ ବୋହୂ ରୂପା ହାତୀ ଫେରାର୍ ଅଛନ୍ତି । ତାଙ୍କୁ ଧରିବାକ ପୋଲିସ ତନାଘନା ତଦନ୍ତ ଚଳାଇଛି ।

ଅଭିଯୋଗ ଅନୁସାରେ ବିଲରେ କାମ କରିବା ବେଳେ ରୂପାଙ୍କର ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଶ୍ୱଶୁରଙ୍କ ସହ ବି ପାଟିତୁଣ୍ଡ କରିଥିଲେ ରୂପା । ଏଥିରେ ଉତ୍ୟକ୍ତ ହୋଇ ସେ ଶ୍ୱଶୂର ପବନା ହାତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.