Latest Odisha News

BREAKING NEWS

ବାପାଙ୍କ ମୃତ ଦେହ ସହ ୧୫ ବର୍ଷ ରହିଲା ଝିଅ: ଶେଷରେ ପୋଲିସ ଉଦ୍ଧାର କଲା ବାପଝିଅଙ୍କ ମୃତଦେହ

ପର୍ତ୍ତୁଗାଲ: ବେଳେବେଳେ ଏହିପରି କିଛି ଘଟଣା ସାମ୍ନାକୁ ଆସେ, ଯାହାକୁ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ମୃତ୍ୟୁ ହେଉଛି ଜୀବନର ଏପରି ଏକ ସତ୍ୟ, ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତଥାପି କିଛି ଲୋକ ସେମାନଙ୍କ ପ୍ରିୟଜନଙ୍କ ହରାଇବାର ଦୁଃଖ ସହ୍ୟ କରି ପାରନ୍ତି ନାହିଁ । ଆଉ ଏମିତି କିଛି କରି ବସନ୍ତି, ଯାହା ତାଙ୍କ ମାନସିକ ସନ୍ତୁଳନ ହରାଇବାର ପ୍ରମାଣ । ପର୍ତ୍ତୁଗାଲରୁ ମଧ୍ୟ ଏପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପର୍ତ୍ତୁଗାଲରେ ଏକ ଆପାର୍ଟମେଣ୍ଟରେ ୨୦୦୧ ମସିହାରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଆସି ରହିଥିଲେ । ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ଘରେ କେବଳ ବାପା ଏବଂ ଝିଅ ହିଁ ରହୁଥିଲେ । ଶେଷଥର ପାଇଁ ୧୫ ବର୍ଷ ପୂର୍ବେ ସେହି ବ୍ୟକ୍ତିଙ୍କୁ ପଡ଼ୋଶୀ ଦେଖିଥିଲେ । ଏହା ପରେ ଆଉ ତାଙ୍କୁ ଦେଖିବାକୁ ପାଇ ନାହାନ୍ତି ବୋଲି ପଡ଼ୋଶୀ କହିଛନ୍ତି । ହେଲେ ତାଙ୍କ ଝିଅ ସେହି ଘରେ ରହୁଥିଲେ ମଧ୍ୟ ସେ କାହା ସହ କଥାବାର୍ତ୍ତା କରନ୍ତି ନାହିଁ ।
ନିକଟରେ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀମାନେ ଥାନାକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ କବାଟ ଭାଙ୍ଗି ଭିତରେ ପଶି ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା । ଉକ୍ତ ଘରେ ପ୍ରାୟ ୬୦ ବର୍ଷୀୟା ଜଣେ ମହିଳାଙ୍କ ସହ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । କିଛି ଦିନ ପୂର୍ବରୁ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧଙ୍କ ଶରୀର ଏକ କଙ୍କାଳରେ ପରିଣତ ହୋଇଯାଇଥିଲା । ଯଦିଓ ଦେହରେ ପୋଷାକ ଥିଲା, କିନ୍ତୁ ଏହା ଏକ ଶୁଖିଯାଇଥିବା ମୃତ ଦେହ ଯାହାକି ବହୁବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ପଡ଼ୋଶୀମାନେ ଘରୁ କୌଣସି ଗନ୍ଧ ଆସୁଥିବାର ଅନୁଭବ କରି ନ ଥିଲେ ।

Comments are closed.